ଯୁବକରାଜନୀତିରାଜ୍ୟଶୀର୍ଷ ଖବରଶୁଭ ସକାଳ ଖବର |ସମ୍ପାଦକୀୟସ୍ତ୍ରୀ

ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ବନ୍ୟ ଜନ୍ତୁଙ୍କ ସୁରକ୍ଷା ନେଇ ଗ୍ରାମେ ଗ୍ରାମେ ସଚେତନତା

ବୌଦ୍ଧ (ସଚେତନ ନ୍ୟୁଜ)”ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା “ତତ ସହ ବନ୍ୟ ଜନ୍ତୁ ଙ୍କ ସୁରକ୍ଷା ମାନବ ସମାଜ ପାଇଁ ମୁଖ୍ୟ ଦାୟିତ୍ୱ ଥିବାବେଳେ ସେନେଇ ସୋମବାର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ କୁସଙ୍ଗ ମହାନଦୀ ବନ୍ୟପ୍ରାଣୀ ବିଭାଗ ରେଞ୍ଜ ଅଧିକାରୀ ଲଷ୍ମୀନାରାୟଣ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଉକ୍ତ ବନ୍ୟପ୍ରାଣୀ ଅଂଚଳ ର ଗ୍ରାମ ଗୁଡିକରେ ଏକ ଅଭିନଵ ଉପାୟରେ ବନ୍ୟ ଜନ୍ତୁ ବାଘ, ଭାଲୁ ନୃତ୍ୟ ଗୀତ ସହିତ ଜଙ୍ଗଲ ସୁରକ୍ଷା ସହ ବନ୍ୟଜନ୍ତୁ ଙ୍କ ସୁରକ୍ଷା ନେଇ ଲୋକଙ୍କୁ ସଚେତନତା ବାର୍ତ୍ତା ଦିଆଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ବନ୍ୟପ୍ରାଣୀ ରେଞ୍ଜ ର ଫରେଷ୍ଟର ଶ୍ରୀପlଜୁ ବିଟ ଫରେଷ୍ଟର ପ୍ରଶାନ୍ତ ଗୁରୁ , ସିମଗୁଡା ବିଟ ଫରେଷ୍ଟର ଅଜୟ ସ୍ୱାଇଁ , ଶୀତଳପlଣି ବିଟ ଫରେଷ୍ଟର ଅନ୍ତର୍ଯ୍ୟାମୀ ଯାନୀ, କୁସଙ୍ଗ ବିଟ ଫରେଷ୍ଟର ବ୍ରଜରାଜ ବିଶ୍ୱାଳ, ବିଷ୍ଣୁ ପ୍ରିୟା ଦେଇ, ଡିଓ ସୁରେଶ ଖିଲାର ଙ୍କ ସମେତ ଫରେଷ୍ଟ ଗାର୍ଡ, ରୁନି ଦଳବେହେରା, ରୀନା ନାଏକ,ଓ ସ୍କlର୍ଡ କର୍ମଚାରୀ ମାନେ ସାମିଲ ଥିବାବେଳେ ଉକ୍ତ ସଚେତନତା କାର୍ଯ୍ୟକ୍ରମ ଟି ଭାପୁର, ହାତୀଗଡ, ନୂଆପଡା, ଶ୍ରୀପlଜୁ, ଗେରେ୍ଡିସାହି, ଅତଲସରା, ମlରଡ଼ା, ଘୁଙ୍ଗୁରୁପଡା, ତଇଳlସାହି, ସାତଖଣ୍ଡ, ମୁତୁରି ବଣିଆ, ବୁଢା ଆମ୍ବ ହୋଇଥିବା ନେଇ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି l ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
×

Powered by WhatsApp Chat

×