ବୌଦ୍ଧ (ସଚେତନ ନ୍ୟୁଜ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ପଲସାଗୋରା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ରାମ ନବମୀ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ସକାଳ ୮ ଘଟିକା ସମୟରେ ପ୍ରଭୁ ଶ୍ରୀ ରାମ ଙ୍କୁ ଆବାହନ କରି ଧୂପ, ଦୀପ ପ୍ରଦାନ କରି ସମସ୍ତ ଗୁରୁଜୀ,ଗୁରୁମା ଏବଂ ଛାତ୍ର-ଛାତ୍ରୀ ଏକତ୍ରୀତ ହୋଇ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀ ରାମ ଙ୍କ ବନ୍ଦନା ଗାୟନ କରିସାରିବା ପରେ ଛୋଟ ଛୋଟ ଛାତ୍ର-ଛାତ୍ରୀ ଙ୍କୁ ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘନ,ହନୁମାନ,ଓ ସୀତା ଭୂମିକାରେ ସଜାଇ ଥିଲେ ଗୁରୁଜୀ ଏବଂ ଗୁରୁମା । ପରେ ରୁଣ୍ଡିମହୁଲ ର ମହିଳା କୀର୍ତନ ଦଳ ପହନ୍ଚି ନାମ ସଂକିର୍ତ୍ତନ ପରିବେଷଣ କରିଥିଲେ। ପରେ ପ୍ରଧାନ ଗୁରୁଜୀ ହେମନ୍ତ ପୁଟେଲ,ଗୋବିନ୍ଦ ଭୋଇ, ମୋନଜ ସେଠୀ, ଶ୍ରୀପତି ଦୀପ, ମୀନକେତନ ରଣା, ଭକ୍ତଚରଣ ସେଠୀ, ଗୁରୁମା ସୌରୀ ପାଢ଼ୀ,ଶକୁନ୍ତଳା ନାଗ, ଶାନ୍ତିପ୍ରୀୟା ଗୁରୁ, ଶ୍ରାବଣୀ ଧଳ, କସ୍ତୁରୀ ପ୍ରଧାନ ଏବଂ ସମସ୍ତ ଛାତ୍ର-ଛାତ୍ରୀ , ଗୁରୁଜୀ, ଗୁରୁମା ଏକତ୍ରୀତ ହୋଇ ନାମ ସଂକିର୍ତ୍ତନ ସହ ପଲସାଗୋରା ଏବଂ ବଘିଆବାହାଲ ଗ୍ରାମ ପରିକ୍ରମା କରି ଜନସାଧାରଣଙ୍କୁ ପ୍ରଭୁ ଶ୍ରୀରାମଙ୍କ ଗାଥା କହିଥିଲେ। ଛାତ୍ର-ଛାତ୍ରୀ ଙ୍କ ଦ୍ୱାରା ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ, ହନୁମାନ, ସୀତା ଆଦି ଭୂମିକା ଜନସାଧାରଣଙ୍କୁ ବେଶ ଆକ୍ରୁଷ୍ଟ କରିଥିଲା।
ରିପୋର୍ଟ, ଅଶ୍ୱିନୀ ନନ୍ଦ, ବୌଦ୍ଧ