କନ୍ଧମାଳ(ସଚେତନ ନ୍ୟୁଜ)ଫୁଲବାଣୀ ସହର ଆକ୍ସିସ ବ୍ୟାଙ୍କ ନିକଟରୁ ୧୭ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍ ଘଟଣାରେ କନ୍ଧମାଳ ଜିଲା ପୋଲିସ କଳାହାଣ୍ଡି ପୋଲିସ ସହାୟତାରେ ଲୁଟେରା ଗ୍ୟାଙ୍ଗକୁ କେସିଙ୍ଗା ନିକଟରୁ ଧରିଛି ା ଏହି ଘଟଣାରେ ମୋଟ୍ ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଗଞ୍ଜାମ ଜିଲା ଆସିକା ଥାନା ପକଲାପାଲି ଅଞ୍ଚଳର ଏ.କିଶୋର, ଏ.ଶ୍ରୀକାନ୍ତ, ଆଇବି କ୍ୟାମ୍ପ ଅଞ୍ଚଳର ଏ.ହରି/ଆଙ୍କଟେସ, କିଶୋରଙ୍କ ମା’ ଏମ.ଲିଲି, ହରିଙ୍କ ବାପା ଏମ୍.ପାଣ୍ଡୁ, ଆସିକା ଅଞ୍ଚଳର ସରସ୍ବତୀ/ସରଶା ଦାସ, କାର୍ ଡ୍ରାଇଭର ଲିଟୁ ଗୌଡ୍ ବୋଲି ବୁଧବାର ଫୁଲବାଣୀ ଟାଉନ ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍ପି ଶୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି।
ରିପୋର୍ଟ, ଅଶ୍ୱିନୀ ନନ୍ଦ, କନ୍ଧମାଳ