ସୁବର୍ଣ୍ଣପୁର(ସଚେତନ ନ୍ୟୁଜ)
ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀ ସୁର୍ଯ୍ୟନାରାୟଣ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ୨୦୨୩-୨୪ ବର୍ଷ ମଧ୍ୟରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକୁ ଟବାକୋ ଫ୍ରି କରିବାକୁ କମିଟିରେ ଆଲୋଚନା କରାଯାଇଛି l ବୈଠକରେ ସମସ୍ତ ସଦସ୍ୟଙ୍କୁ ସେମାନଙ୍କ କାର୍ଯ୍ୟାଳୟକୁ ଟାବାକୋ ଫ୍ରି କରିବାକୁ ପରାମର୍ଶ ଦିଆଯାଇ ସଚେତନତା ପ୍ରଚାର ସାମଗ୍ରୀ ବଣ୍ଟନ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ଗୁଡିକରେ ମଧ୍ୟ ଅନୁପାଳନ କରିବାକୁ ବୈଠକରେ ଗୁରୁତ୍ୱାରୋପ କରିଛନ୍ତି ଅଧ୍ୟକ୍ଷ ଶ୍ରୀ ଦାଶ l ବୈଠକରେ ଏମ୍ – ଏନସିଡି ଗୀତାଞ୍ଜଳି ମେହେର ଟବାକୋ ନିୟନ୍ତ୍ରଣରେ ବିଭିନ୍ନ ବିଭାଗର ଭୂମିକା ଏବଂ ୨୦୨୨-୨୩ ମଧ୍ୟରେ କରାଯାଇଥିବା କାର୍ଯ୍ୟକଳାପର ଉପସ୍ଥାପନ କରିଥିଲେ | ସୁବର୍ଣ୍ଣପୁର ସିଡିଏମ ଏଣ୍ଡ ପିଏଚଓ ଡ ବିଶ୍ୱରଜନ ପତି , ଏଡିପିଏଚ ଓ (ଏଫ ଡବ୍ଲୁ ) ଡକ୍ଟର ଦୈତ୍ୟ ନାରାୟଣ ପାଢ଼ୀ । ଏଡିପିଏଚ ଓ (ଡିସି ) ଡ଼ ରମେଶ ସ୍ୱାଇଁ , ଏଡିପିଏଚ ଓ (ଲେପ୍ରା ) ଡ ପଦ୍ମହଂସା ଡୋରା , ଡିପିଏମ ଏନଏଚଏମ ଶ୍ରୀ ବିଶ୍ୱମ୍ବର ବେହେରା, ଅଧୀକ୍ଷକ ଏକ୍ସାଇଜ୍ ସୁମତି ତ୍ରିପାଠୀ, ଆରଟିଓ ଶ୍ରୀ ଅକ୍ଷୟ କୁମାର ଜେନା, ଏଡିଇଓ ମଞ୍ଜୁଲତା ଭୋଇ , ରେଆର ପ୍ରତିନିଧୀ ଶ୍ରୀ ଗୌରୀ ଶ୍ୟାମ ପଣ୍ଡା, ଏପିଡେମୋଲୋଜିଷ୍ଟ୍ ଡକ୍ଟର ବିଷ୍ଣୁ ଚରଣ ମାଝୀ ଏବଂ ସମସ୍ତ କମିଟି ସଦସ୍ୟ ସଦସ୍ୟା ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ l
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର