ଯୁବକରାଜନୀତିରାଜ୍ୟଶୀର୍ଷ ଖବରଶୁଭ ସକାଳ ଖବର |ସମ୍ପାଦକୀୟସ୍ତ୍ରୀ

ବୌଦ୍ଧଜିଲ୍ଲାରେ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମକୁ ସଫଳ କରାଯିବ

ବୌଦ୍ଧ(ସଚେତନ ନ୍ୟୁଜ)ସମଗ୍ର ଦେଶରେ ଦିନକୁ ଦିନ ନଶା କାରବାର ବୃଦ୍ଧି ପାଉଥିବା ଦେଖାଦେଇଛି l ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ସଚେତନତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଗ୍ରାମକୁ ଗ୍ରାମ ଯାଇ ନିଶା ଖାଉଥିବା ବ୍ୟକ୍ତିଙ୍କ ସହିତ ସମ୍ପର୍କ ରଖି ତାକୁ ବୁଝାସୁଝା କରି ନିଶାରୁ ଦୂରେଇବା ପାଇଁ ଯତ୍ନବାନ ହେବେ l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଉପ ଜିଲ୍ଲାପାଳ ରବିନ୍ଦ୍ର କୁମାର କହଁର, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂ ଯୋଗଦାନ କରିଥିଲେ l ଭାରତ ସରକାରଙ୍କ ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ସିନିଅର ରାଜ୍ୟ ସଂଯୋଜିକା ପ୍ରଜ୍ଞା ଜେନ, ସଂଯୋଜକ ଲାଲଖୋଲେନ କର୍ମଶାଳାରେ ମାଷ୍ଟର ଟ୍ରେନର ସ୍ବେଛାସେବୀମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡି ଓ ଆଶା କର୍ମୀ, ଆର୍ଟ ଅଫ ଲିଭିଙ୍ଗର ସଦସ୍ୟ, ୱାଇ. ସି. ଡି. ଏ. ସ୍ବେଛାସେବୀ, ବୌଦ୍ଧ ପଂଚାୟତ ବିଦ୍ୟାଳୟର ୟୁଥ ରେଡ଼କ୍ରସ ଓ ଏନ. ସି. ସି. ର ଛାତ୍ରଛାତ୍ରୀ ତାଲିମ୍ ଗ୍ରହଣ କରିଥିଲେ l ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୁଜାହାରୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ସମସ୍ତ ସ୍ବେଛାସେବୀଙ୍କୁ ମାଷ୍ଟର ଟ୍ରେନର ସାର୍ଟିଫିକେଟ ପ୍ରଦାନ କରାଯାଇଛି l ବୌଦ୍ଧଜିଲ୍ଲାକୁ ନାଶାମୁକ୍ତ କରିବାରେ ସହଯୋଗ କରିବା ପାଇଁ ସଂକଳ୍ପ ପାଠ କରାଯାଇଛି l
ରିପୋର୍ଟ, ଅଶ୍ୱିନୀ କୁମାର ନନ୍ଦ, ବୌଦ୍ଧ

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
×

Powered by WhatsApp Chat

×