ଲଙ୍କାପୋଡି ଯାତ୍ରାରେ ଡ୍ୟାନ୍ସ ଏକାଡେମୀ ଅନୁଷ୍ଠାନ ଦ୍ୱାରା ମଞ୍ଚ ଦୁଲୁକିଲା
ଫୁଲବାଣୀ(ସଚେତନ ନ୍ୟୁଜ)କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ବିଶିପଡା ଗ୍ରାମ ପଂଚାୟତରେ ଶ୍ରୀରାମ ନବମୀ ଦିନରୁ ଅନୁଷ୍ଠିତ ହୋଇ ଆସୁଥିବା ରାମ ଲୀଳା ସହିତ ଆଜି ଲଙ୍କା ପୋଡି ଯାତ୍ରା ପଡିଆରେ ପ୍ରଥମ ଥର ପାଇଁ ଏକ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି,| ଆଜିର ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ତୃତୀୟ ସୁରମ୍ୟ ସନ୍ଧ୍ୟାର ମୁଖ୍ୟ ଅତିଥିଭାବେ ଜିଲ୍ଲା ନ୍ୟାୟାଳୟ ଫୁଲବାଣୀର ସରକାରୀ ପିପି ଶ୍ରୀମତୀ ରଶ୍ମିତା ମହାପାତ୍ର ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଫୁଲବାଣୀ ଓକିଲ ସଂଘର ଉପସଭାପତି ତଥା ଆଇନଜିବୀ ବୀଣାପାଣି ପ୍ରଧାନ ଯୋଗଦେଇ ଏପରି କାର୍ଯ୍ୟକ୍ରମ ଦ୍ଵାରା ସମଗ୍ର ଅଞ୍ଚଳରେ ଭାଇଚାରା ଏବଂ ପରସ୍ପର ମଧ୍ଯରେ ଏକତା ଭାବ ସ୍ରୁଷ୍ଟି ହେବ ବୋଲି କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀମତୀ ସାକାଳୀ କହଁର ସରପଞ୍ଚ ବିଶିପଡା, ଦିଲୀପ କୁମାର ବିଶୋଇ ଉପଦେଷ୍ଟା ଶ୍ରୀରାମ ଲୀଳା ନାଟ୍ୟ ସଙ୍ଘ ବିଶିପଡା, ଶଶୀଭୁଷଣ ବିଶୋଇ ପୂର୍ବତନ ସଭାପତି ଶ୍ରୀରାମ ଲୀଳା ନାଟ୍ୟ ସଙ୍ଘ ବିଶିପଡା,ପୂର୍ବତନ ଅଧିକାରୀ ସୁଗାୟକ ମହେନ୍ଦ୍ର ବିଶୋଇ ,ଶ୍ରୀରାମ ଲୀଳା କମିଟି ବିଶିପଡା, ଚକ୍ରଧର ବେହେରା ସଭାପତି ଶ୍ରୀରାମ ଲୀଳା ନାଟ୍ୟ ସଙ୍ଘ,ଗଦାଧର ପ୍ରଧାନ ସଭାପତି ଲଙ୍କାପୋଡି ଯାତ୍ରା ପଡିଆ ପରିଚାଳନା କମିଟି, ଶିଶିର କୁମାର ବିଶୋଇ, ସତ୍ବାଧୀକାରୀ ଶ୍ରୀରାମ ଲୀଳା ନାଟ୍ୟ ସଙ୍ଘ, ଓ ଶ୍ରୀନିବାସ ମଳିକ ଭାଇସ ଚେୟାରମ୍ୟାନ ଫୁଲବାଣୀ ବ୍ଲକ ସମେତ ଅନୁଷ୍ଠାନ ଅନ୍ୟ ସମସ୍ତ ବରିଷ୍ଠ କର୍ମକର୍ତ୍ତାଙ୍କ ସହିତ ଲଙ୍କାପୋଡି ଯାତ୍ରା ପଡିଆ ପରିଚାଳନା କମିଟିର ସକ୍ରିୟ ସଦସ୍ୟ ରାମକୃଷ୍ଣ ବିଶୋଇ, ରଂଜିତ କୁମାର ବେହେରା, ଦେବଦତ୍ତ ବେହେରା,ଭଗବାନ ସାହୁ, ତ୍ରିଲୋଚନ ବେହେରା, ଚନ୍ଦ୍ର ଶେଖର ସାହୁ, ନାରାୟଣ ବିଶୋଇ ( ନାନୁ ) ବୁଲୁ ଦେହୁରୀ, ନିରଞ୍ଜନ ବେହେରା ଯୋଗଦାନ କରିଥିଲେ l ସର୍ବ ପ୍ରଥମେ ବରଣ୍ୟ ଅତିଥି ବୃନ୍ଦ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଆଜିର ଦ୍ୱିତୀୟ ସୁରମ୍ୟ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଏହା ପରେ ଆଜିର ତୃତୀୟ ସୁରମ୍ୟ ସଂନ୍ଧ୍ୟାରେ ଫୁଲବାଣୀର ପ୍ରତିଷ୍ଠିତ ନୃତ୍ୟ ଅନୁଷ୍ଠାନ ” ଡ୍ୟାନ୍ସ ଏକାଡେମୀ ଦ୍ୱାରା “ପରିବେଷଣ ଦ୍ୱାରା ଝୁମିଥିଲେ ଦର୍ଶକ, ଅନୁଷ୍ଠାନର କଳାକାର ମାନେ ନିଖୁଣ ଭାବେ ବିଭିନ୍ନ ପ୍ରକାର ହୃଦୟସ୍ପର୍ଶୀ ମନଛୁଆଁ ଭଜନ ନୃତ୍ୟ ଓ ସଂଗୀତ ପରିବେଷଣ କରିଥିଲେ l ଏହାପରେ ଶ୍ରୀରାମ ଲୀଳା ନାଟ୍ୟ ପରିଚାଳନା ସଙ୍ଘ ଓ ଲଙ୍କାପୋଡି ଯାତ୍ରା ପଡିଆ ପରିଚାଳନା କମିଟିର ମିଳିତ ଉଦ୍ୟମରେ ଆସନ୍ତା ତା ୧୯/୦୪ /୨୪ ରିଖ ପୂର୍ବାହ୍ନ ୧୦ ଘଟିକା ଠାରୁ ଶ୍ରୀରାମ ଲୀଳା ସହିତ ଲଙ୍କା କାଣ୍ଡ ଉଲ୍ଲୂକ୍ଷିତ ବିଷୟ ବସ୍ତୁ ଉପରେ ଲୋକନାଟ୍ୟ ପରିବେଷଣ କରାଯିବ ଅପରାହ୍ନ ଦିବା 1 ଘଣ୍ଟା ମଧ୍ୟରେ ଶ୍ରୀରାମ ଭକ୍ତ ବୀର ହନୁମାନଙ୍କ ଦ୍ୱାରା ଲଙ୍କା ଦହନ ବା ଲଙ୍କା ଗଡ଼କୁ ପୋଡି ଉତ୍ସବ ଅନୁଷ୍ଠିତ ହୋଇଥିଲା l ଲଙ୍କାପୋଡି ପରେ ଅନୁଷ୍ଠାନ ଦ୍ୱାରା ପ୍ରଯୋଜିତ ଖୋର୍ଦ୍ଧା ଜିଲାରୁ ଆସିଥିବା ଏକ ପୌରାଣିକ ନାଟକ ଲବକୁଶ ଜନ୍ମ ରାତ୍ରି ୧୦ ଟାରେ ମଞ୍ଚସ୍ଥ ହେବ ଓ ପରେ ନୟାଗଡ ଜିଲାରୁ ଆସିଥିବା ଶ୍ରେଷ୍ଠ ସାମାଜିକ ନାଟକ” କାନ୍ଦେନା ଲୋ ଧନ କାନ୍ଦେନା ” ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି କମିଟି ସଭାପତି କହିଛନ୍ତି l ଏଥି ସହିତ ଭାବେ ଦର୍ଶକ ଉପଭୋଗ କରିବା ପାଇଁ ନୃତ୍ୟ ସଂଗୀତ ଦ୍ୱାରା ନୃତ୍ୟ, ସଂଗୀତ ଆସର ସହିତ ମିନା ବଜାର, ରାମ ଦୋଳି ମିକି ମାଉସ, ହେଲିକ୍ୟାପ୍ଟର ଉଡାଣ, ସହିତ ମଥୁରା କେକ ଓ଼ ଠୁଙ୍କା ପୁରୀରେ ଭର ପୁର ମଜା ନେଇପାରିବା ସହିତ ଆଗାମୀ ୨୦/ ୦୪ / ୨୩ ରିଖ ଶେଷ ସଂନ୍ଧ୍ୟାରେ ବିଶିପଡା ସାଂସ୍କୃତିକ ଯୁବକଳା ପରିଷଦ ଆନୁକୂଲ୍ୟରେ ସୁଦୂର ଭୁବନେଶ୍ୱର ଝଙ୍କାର ବିଟସ ଡ୍ୟାନ୍ସଗୃପ ଓ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଵ ବୋଲି ମଧ୍ଯ କୁହାଯାଇଛି l
ରିପୋର୍ଟ, ଆଦିତ୍ୟ ତ୍ରୀପାଠୀ, ଫୁଲବାଣୀ
ସଂପାଦକ, ଅଶ୍ୱିନୀ କୁମାର ନନ୍ଦ