ସୁବର୍ଣ୍ଣପୁର(ସଚେତନ ନ୍ୟୁଜ)ସୁବର୍ଣ୍ଣପୁର ଜିଲ୍ଲା ବଜରଙ୍ଗ ଦଳ ଓ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ସୋନପୁର ବନ୍ଦ କରାଯାଇଛି । ହନୁମାନ ଜୟନ୍ତୀରେ ସମ୍ବଲପୁରରେ ବାଇକ ରାଲି ଯାଉଥିବା ସମୟରେ ପଥରମାଡ ଓ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା ପ୍ରତିବାଦରେ ଆଜି ପଶ୍ଚିମ ଓଡିଶାର ୧୪ଟି ଜିଲ୍ଲାରେ ବନ୍ଦ କରାଯାଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ଏହାର ଜବରଦସ୍ତ ପ୍ରଭାବ ଦେଖାଯାଇଛି ।ସକାଳୁ ସକାଳୁ ବଜରଙ୍ଗ ଦଳ ଓ ବିଶ୍ବ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତାମାନେ ସହରର ମୁଖ୍ୟ ଛକଗୁଡିକରେ ରାସ୍ତା ଅବରୋଧ କରି ଗାଡ଼ି ମଟର ବନ୍ଦ କରିଥିବା ବେଳେ ସହରର ଦୋକାନ ବଜାର, ସରକାରୀ ବେସରକାରୀ ଅନୁଷ୍ଠାନ ଆଦି ବନ୍ଦ ରହିଥିବା ବେଳେ ସ୍ଲୁଲ, କଲେଜ ମଧ୍ୟ ବନ୍ଦ ରହିଛି ।ମୋଟା ମୋଟି ଭାବରେ ସୁବର୍ଣ୍ଣପୁର ଜିଲ୍ଲାରେ ଏହି ବନ୍ଦ ସଂମ୍ପୁର୍ଣ୍ଣ ସଫଳ ହୋଇଥିବା ଦେଖାଯାଇଛି । ବନ୍ଦକୁ ଆଖି ଆଗରେ ରଖି ପୋଲିସ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଛି ।ତେବେ ଏହି ବନ୍ଦ ଶାନ୍ତିପୂର୍ଣ୍ଣ ଭାବରେ କରାଯାଇଥିବା ବେଳେ ଆଗକୁ ଯଦି ଏଭଳି କାର୍ଯ୍ୟ ହୁଏ ତେବେ ପରିସ୍ଥିତି ଭୟାବହ ହେବ ବୋଲି ବଜରଙ୍ଗ ଦଳ ଓ ବିଶ୍ବ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତା ଚେତାବନୀ ଦେଇଛନ୍ତି ।ଆଜିର ଏହି ବନ୍ଦ ପାଳନରେ ବଜରଙ୍ଗ ଦଳର ଜିତୁ ବଡ଼ମାଳି,ସ୍ୱରୂପ ପାତ୍ର, ମନୋଜ କୁମାର ପଟ୍ଟନାୟକ, ମିତ୍ର ଭାନୁ ମେହେରଙ୍କ ସମେତ ଅନେକ କର୍ମକର୍ତ୍ତା ନେତୃତ୍ୱ ନେଇଥିଲେ।ବନ୍ଦ ଯୋଗୁଁ ରାସ୍ତାରେ ଅଟକି ରହିଥିବା ଶହଶହ ଗାଡ଼ି ର ସମସ୍ତ ଷ୍ଟାଫ୍ ଙ୍କୁ ଆନ୍ଦୋଳନ କାରୀଙ୍କ ପକ୍ଷରୁ ରନ୍ଧା ଖାଦ୍ୟ ବିତରଣ କରାଯାଇଥିଲା ।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
ସଂପାଦକ, ଅଶ୍ୱିନୀ କୁମାର ନନ୍ଦ