ଦେଶ

ଗଞ୍ଜାମ ଜିଲ୍ଲା ବି ଏନ ପୁର ରେ ଲାଭାର୍ଥି ସଭା ବୟନ ଶିଳ୍ପ ମାଧ୍ୟମରେ ମହିଳାଙ୍କୁ ସ୍ୱାବଲମ୍ବୀ କରାଯିବ – ଝାର୍ସଦ

ଖଲ୍ଲିକୋଟ :(ସଚେତନ ନ୍ୟୁଜ)୪/୫ ଗଂଜାମ ଜିଲ୍ଲାରେ ମହିଳା ମାନଙ୍କୁ ବୟନ ଶିଳ୍ପ ଓ ହସ୍ତ ତନ୍ତ ମାଧ୍ୟମ ରେ ଆର୍ଥିକ ସ୍ୱାବଲମ୍ବୀ କରାଯିବ ବୋଲି କେନ୍ଦ୍ର ବୟନ ଶିଳ୍ପ ଓ ରେଳ ମନ୍ତ୍ରୀ ଦର୍ଶନା ଝାର୍ସଦ ପ୍ରକାଶ କରିଛନ୍ତି l ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବି ଏନ ପୁର ଠାରେ ଆୟୋଜିତ ଏକ ପ୍ରଧାମନ୍ତ୍ରୀ ଲାଭାର୍ଥି ସମ୍ମିଳନୀ ରେ ଯୋଗଦେଇ ଓଡିଶା ପୁରୁଷ ଓ ମହିଳା ମାନେ ସୁରଟ ଯାଇ ବୟନ ଶିଳ୍ପ ମାନଙ୍କ ରେ ଜୀବିକା ନିର୍ବାହ କରୁଛନ୍ତି l ଓଡିଶା ରେ ମହିଳା ଶ୍ରମିକ ମାନେ ଖୁବ ଦକ୍ଷ ତେଣୁ ବୟନ ଶିଳ୍ପ ବିଭାଗ ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇ ଗଂଜାମ ର ମହିଳା ମାନଙ୍କୁ ସମସ୍ତ ଭିତ୍ତିଭୂମି ଯୋଗାଇବା ସହ ତାଲିମ ଦେବା ପାଇଁ ଆବଶ୍ୟକ ତାଲିମ ଡାଟା ଯୋଗାଇବା ପାଇଁ ପଦକ୍ଷେପ ନିଆଯିବ l ସମସ୍ତ ଗ୍ରୁପଙ୍କୁ ସାମିଲକରି କ୍ଲଷ୍ଟର କରି ତାଲିମ ବ୍ୟବସ୍ତା କରାଯିବ l ରାଜ୍ୟ ସରକାରଙ୍କୁ ଇଙ୍ଗିତ କରି ମହିଳା ଗୋଷ୍ଠି ମାନଙ୍କୁ କେବଳ ଋଣ ଗ୍ରସ୍ତ କଲେ ହେବନି ସେମାନଙ୍କ ଉତ୍ପାଦିକା ଶକ୍ତି ବଢାଇବା ସହ ଆର୍ଥିକ ସ୍ୱାବଲମ୍ବୀ କରିବାର ଆବଶ୍ୟକତା ଅଛି ବୋଲି କହିଥିଲେ l ସର୍ବୋପରି ଦାଦନ ଓ ଅନ୍ୟାନ୍ୟ ସମସ୍ୟା କ୍ଷେତ୍ରରେ ଓଡିଶା ସରକାରଙ୍କ ସହଯୋଗ ମିଳୁନାହିଁ ବୋଲି କହିଥିଲେ l ମୋଦି ଙ୍କ ଗତ ୯ ବର୍ଷ ରେ ମହିଳା ମାନେ ଉଜାଲା ଆବାସ ଓ ମାଗଣା ଚାଉଳ ସମେତ ଅନ୍ୟାନ୍ୟ କ୍ଷେତ୍ର କେତେ ଲାଭ ପାଇଛ ବୋଲି ମହିଳା ମାନଙ୍କୁ ପଚାରିଥିଲେ l ଖଲ୍ଲିକୋଟ ରେଳ ଷ୍ଟେସନ ରେ ଦ୍ରୁତଗାମୀ ରହଣି ସମ୍ପର୍କରେ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ l ଉକ୍ତ ସମ୍ମିଳନୀ ରେ ଜିଲ୍ଲା ବିଜେପି ସଭାପତି ଗକୁଳନନ୍ଦ ମଲ୍ଲିକ ଘୁମୁସର ଜିଲ୍ଲା ସମ୍ପାଦକ ଅନିଲ ପଣ୍ଡା ସମ୍ପାଦକ ଯଜ୍ଞ ନାରାୟଣ ଦାଶ ,ପ୍ରାକ୍ତନ ଏନ ଏ ସି ଅଧକ୍ଷ ସାହାଙ୍କର ପ୍ରସାଦ ନାହାକ ଓ ବିଜେପି ନେତା ସୁରେନ୍ଦ୍ର ନାଥ ସାହୁ ସିମାଞ୍ଚଳ ସେଠି ପ୍ରମୁଖ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ, ଡା, ଅଜିତ କୁମାର ପଟନାୟକ
ସଂପାଦକ, ଅଶ୍ୱିନୀ କୁମାର ନନ୍ଦ

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
×

Powered by WhatsApp Chat

×