ଗରିବ ସାଥି ଫାଉଣ୍ଡେସନ ପକ୍ଷରୁ ପଣା ବଣ୍ଟନ ଓ ଚିକିତ୍ସା ଶିବିର ଉଦଘାଟିତ ।
ଗଞ୍ଜାମ/ଖଲ୍ଲିକୋଟ(ସଚେତନ ନ୍ୟୁଜ)ଗରିବ ସାଥି ଫାଉଣ୍ଡେସନ ର ଶୁଭ ଉଦଘାଟନ ଅବସର ରେ ଜିଲ୍ଲା ସଂଯୋଜକ ଡା. ଅଜିତ କୁମାର ପଟନାୟକ ଙ୍କ ପୌରୋହିତ ରେ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ମଥୁରା ଗ୍ରାମ ରେ ଥିବା କେଦାରଶ୍ୱର ମହାଦେବ ଙ୍କ ପଞ୍ଚ ମହାଯଜ୍ଞ ଯାତ୍ରା ଅବସର ରେ ଗରିବ ସାଥି ଫାଉଣ୍ଡେସନ ଓ ସଚେତନ ନିୟୁଜ ର ମିଳିତ ଉଦ୍ୟମ ରେ ଏକ ପଣା ବଣ୍ଟନ କାର୍ଯ୍ୟକ୍ରମ ସହ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଉଦଘାଟିତ ହୋଇଯାଇଛି ! ସ୍ଥାନୀୟ ମଥୁରା ସରପଞ୍ଚ ମେହେମତ ସେଠି ବିଧିବଦ୍ଧ ଭାବେ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଛନ୍ତି ! ଉକ୍ତ କାର୍ଯ୍ୟକ୍ରମ ରେ ଖଲ୍ଲିକୋଟ ପ୍ରେସ କ୍ଳବ ସଭାପତି ଅଶୋକ କୁମାର ତ୍ରିପାଠୀ, ଉପସଭାପତି ଅଶ୍ୱିନୀ କୁମାର ମହାନ୍ତି ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଯଜ୍ଞ ଶେଷ ହେବା ପ୍ରଯ୍ୟନ୍ତ ଚାଲୁ ରହିବ ବୋଲି ଗରିବ ସାଥି ଫାଉଣ୍ଡେସନ ର ଗଞ୍ଜାମ ଜିଲ୍ଲା ସଂଯୋଜକ ଡା. ଅଜିତ କୁମାର ପଟନାୟକ ପ୍ରକାଶ କରିଛନ୍ତି । ତେବେ କାର୍ଯ୍ୟ ବ୍ୟସ୍ତତା ଯୋଗୁ ଗରିବ ସାଥି ଫାଉଣ୍ଡେସନ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ନନ୍ଦ କାର୍ଯ୍ୟକ୍ରମ ରେ ଯୋଗଦେଇ ପାରିନଥିଲେ ବି ସହଯୋଗ ପାଇଁ ସମସ୍ତ ଙ୍କୁ ସାଧୁବାଦ ଜଣାଇଥିଲେ ।
ବ୍ୟୁରୋ ରିପୋର୍ଟ,ଦକ୍ଷିଣ ଓଡ଼ିଶା
ସଚେତନ ନ୍ୟୁଜ