ବ୍ରହ୍ମପୁର (ସଚେତନ ନ୍ୟୁଜ)
ଆଜି ବି ଲୋକ ଙ୍କ ଭିତରେ ମାନବିକତା ବଞ୍ଚି ରହିଛି ଯାହାର ପ୍ରମାଣ ଦେଖାଇଛନ୍ତି ବ୍ରହ୍ମପୁର ରେଳଷ୍ଟେସନ ଅଟୋଷ୍ଟାଣ୍ଡ ର ଅଟୋ ଚାଳକ ପି. ସୀମାଦ୍ରି ପାତ୍ର। ଅଳ୍ପ ରୋଜଗାର କରୁଥିଲେ ମଧ୍ୟ ଅସଦ୍ ଉପାୟ ରେ ଅର୍ଥ ଉପାର୍ଜନ କରିବା ପାଇଁ ଚିନ୍ତା କରନ୍ତି ନାହିଁ। ଗତ ୨୫ ତାରିଖ ରେ ଏକ ଦମ୍ପତି ବ୍ରହ୍ମପୁର ରେଳଷ୍ଟେସନ ରେ ଓହ୍ଲାଇ ଥିଲେ। ସୀମାଦ୍ରି ଙ୍କ ଅଟୋ ଯୋଗେ ଉକ୍ତ ଦମ୍ପତି ଗୋସାଇଁନୂଆଗାଁ ଓମ୍ ବିହାର କୁ ଯାଇଥିଲେ। ଓମ୍ ବିହାର ରେ ଉକ୍ତ ଦମ୍ପତି ଙ୍କୁ ଛାଡି ସୀମାଦ୍ରି ଆଉ ଦୁଇଟି ଭଡ଼ା ମଧ୍ୟ କରିଥିଲେ। ଶେଷ ରେ ଦେଖିଥିଲେ ଅଟୋ ରେ ଏକ ବ୍ୟାଗ ଥିବାର ହେଲେ ସେ ଦ୍ବନ୍ଦରେ ରହିଥିଲେ ଏ ବ୍ୟାଗ କାହାର । ସେ ତାର ଅନ୍ୟ ତିନି ଜଣ ସହଯୋଗୀ ସହ ଖୋଜି ବୁଲିଲେ । ଶେଷରେ ପ୍ରକୃତ ବ୍ୟାଗ ମାଲିକ ଙ୍କୁ ବ୍ୟାଗ ହସ୍ତାନ୍ତର କଲେ । ସୀମାଦ୍ରି ଙ୍କ ଏହି ମହତ୍ୱ କାମ କୁ ବିଭିନ୍ନ ମହଲ ରୁ ପ୍ରଶଂସା କରାଯାଇଛି।
ରିପୋର୍ଟ,ସୁଦର୍ଶନ ପରିଡା, ବ୍ରହ୍ମପୁର
ସଂପାଦକ,ଅଶ୍ୱିନୀ କୁମାର ନନ୍ଦ