ଶୁଭ ସକାଳ ଖବର |

ତହସିଲ ସ୍ତରୀୟ ପାତଞ୍ଜଳି ମହିଳା ଯୋଗ ସଂଗଠନ ଗଠିତ ଓ ମାସିକ ଯୋଗ ପ୍ରଶିକ୍ଷଣ ଶିବିର ଉଦଯାପିତ।

ସୁବର୍ଣ୍ଣପୁର(ସଚେତନ ନ୍ୟୁଜ)ଜିଲ୍ଲାର ତରଭା ବ୍ଲକ୍ ଅନ୍ତର୍ଗତ ସରଧା ପାଲି ଠାରେ ପାତଞ୍ଜଳି ମହିଳା ଯୋଗ ସଂଗଠନ ଗଠିତ ହୋଇ ଯାଇଛି, ଜିଲ୍ଲା ଯୁବ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଏକ ଏକ ମାସିକ ଯୋଗ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ଯୋଗକୁ ଗ୍ରାମାଭିମୁଖି କରି ପ୍ରତି ବ୍ୟକ୍ତି ବିଶେଷ ଙ୍କୁ ନିରୋଗ ଓ ସ୍ଵାସ୍ଥ୍ୟ ବାନ ରଖିବା । ଉଦଯାପନୀ କାର୍ଯକ୍ରମ ରେ ସିଂହାରୀ ସବ୍ ସେଣ୍ଟର୍ ର CHO ଗ୍ରେସ ଥନାପତି, ଅବସର ANM ମିନପ୍ରଭା ପ୍ରଧାନ, ସିଂହାରୀ ର NHM ଯୋଗ ପ୍ରଶିକ୍ଷକ ସୋମନାଥ ପ୍ରଧାନ, ଯୋଗ ପ୍ରଶିକ୍ଷକ କାର୍ତିକେଶ୍ୱର ଜେନା, ପ୍ରହଲ୍ଲାଦ ଚୌହାନ , ୟୋଗନନ୍ଦ ସାହୁ, ମହିଳା ଯୋଗ ସମିତି ସଭାପତି ମନ୍ଦାକିନୀ ମିଶ୍ର, ସମ୍ପାଦକ ହେମଙ୍ଗିନି ମିଶ୍ର, ଅର୍ଚ୍ଚନା ସାହୁ, ଝରଣା ମିଶ୍ର, ଜୟନ୍ତୀ ମିଶ୍ର, ପଙ୍କଜିନି ପଣ୍ଡା ସମେତ ସିଂହାରୀ,ସରଧା ପାଲି ର ଶତାଧିକ ମହିଳା ଏ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ । ଶେଷରେ ଏ ଯୋଗ କେନ୍ଦ୍ର କୁ ସରକାରଙ୍କ ସହାୟତା ହେତୁ ଏକ ବୈଠକ ଗ୍ରାମବାସି ଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା ।

ରିପୋର୍ଟ,ଉଗ୍ରସେନ କର୍ମୀ,ସୁବର୍ଣ୍ଣପୁର
ସଂପାଦକ,ଅଶ୍ୱିନୀ କୁମାର ନନ୍ଦ

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
×

Powered by WhatsApp Chat

×