ଯୁବକରାଜ୍ୟ

ଡ଼ଃ ନୃସିଂହାନନ୍ଦ ମହାପାତ୍ର ପାଇଲେ ଶ୍ରେଷ୍ଠ ଲେଖକ ପୁରସ୍କାର

ଫୁଲବାଣୀ(ସଚେତନ ନ୍ୟୁଜ)
କନ୍ଧମାଳର ଜଣାଶୁଣା ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ମହାପାତ୍ର ଚଳିତ ବର୍ଷ ପାଇଁ ନିଖିଳ ଓଡିଶା ପ୍ରଗତିଶୀଳ ଲେଖକ ମହା ସଙ୍ଘ ତରଫରୁ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି | ଭୁବନେଶ୍ୱର ର ଜୟଦେବ ଭବନ ପରିସରରେ ସଂଘର ତେଇଶି ତମ ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ଏକ ବର୍ଣ୍ଣଧ୍ୟ୍ୟ ଉତ୍ସବ ରେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ଡ଼ଃ ମହାପାତ୍ରଙ୍କୁ ପୁରସ୍କାର, ମାନପତ୍ର, ଉତ୍ତରୀୟ ଆଦି ପ୍ରଦାନ କରିଥିଲେ | ସାହିତ୍ୟିକ ପ୍ରଦୋଷ ପଟ୍ଟନାୟକ ଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର କାର୍ଯ୍ୟକାରୀ ବାଚସ୍ପତି ରଜନୀକାନ୍ତ ସିଂ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମହାନ୍ତି, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି, ବିଶିଷ୍ଟ ସାହିତ୍ୟିକ ତଥା ରାଜନେତା ପ୍ରସନ୍ନ କୁମାର ପାଟଶାଣୀ, ଆଇ ଏ ଏସ ମଧୁସୂଦନ ଦାଶ, ରାଜନେତା ସନ୍ତୋଷ କୁମାର ଜେନା, ସାମ୍ବାଦିକ ପ୍ରଦ୍ୟୁନ୍ନ କୁମାର ମହାନ୍ତି,ସମ୍ପାଦକ ଅଧ୍ୟାପକ କଣ୍ଡୁରୀ ଚରଣ ଦାଶ ପ୍ରମୁଖ ଯୋଗଦେଇଥିଲେ | ଏହି ଅବସରରେ ଡ଼ଃ ମହାପାତ୍ର ଙ୍କ ଆଉ ଏକ ଆଧ୍ୟାତ୍ମିକ ପୁସ୍ତକ “ତତ୍ତ୍ୱ ବୋଧ ଓ ଆତ୍ମବୋଧ “ଏବଂ ବିଶିଷ୍ଟ ସାହିତ୍ୟିକ ଓ ପ୍ରଶାସକ ଇଂ ଅଜୟ କୁମାର ପଣ୍ଡାଙ୍କ କବିତା ସଂକଳନ “ଆକାଶର ରଙ୍ଗ” ଲୋକାର୍ପିତ ହୋଇଥିଲା |
ଫୁଲବାଣୀ ସରକାରୀ ଆଇ ଟି ଆଇ ରେ ତାଲିମପ୍ରାପ୍ତ ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଥିବା ଡ଼ଃ ମହାପାତ୍ର ଜଣେ ସୁ ସାହିତ୍ୟିକ ଓ ସଂଗଠକ | ତାଙ୍କର ତେଇଶି ରୁ ଉର୍ଦ୍ଧ୍ୱ ପୁସ୍ତକ ପ୍ରକାଶିତ ହୋଇ ସାରିଥିଲା ବେଳେ କମଳା ପ୍ରକାଶିନୀ ନାମରେ ନିଜର ଏକ ପୁସ୍ତକ ପ୍ରକାଶିନୀ ରହିଛି | ତାଙ୍କର ଏହି ସଫଳତା ପାଇଁ କନ୍ଧମାଳ ର ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

ରିପୋର୍ଟ,ଆଦିତ୍ୟ ତ୍ରୀପାଠୀ, ଫୁଲବାଣୀ
ସଂପାଦକ,ଅଶ୍ୱିନୀ କୁମାର ନନ୍ଦ

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
×

Powered by WhatsApp Chat

×