ରାଜ୍ୟଶୀର୍ଷ ଖବର

ଚିକିତ୍ସାରେ ଅର୍ଥ ସାଜିଛି ବାଧକ,, ସରକାରୀ ସହାୟତା ପାଇଁ ନିବେଦନ

ବୌଦ୍ଧ(ସଚେତନ ନ୍ୟୁଜ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଯୋଗୀନ୍ଦ୍ରପୁର ପଂଚାୟତ ବାନ୍ଧନଝୁଲି ଗ୍ରାମ ରେ ଜଣେ ନାବାଳକ ଅଜଣା ରୋଗ ରେ ପୀଡିତ ହୋଇଥିବା ବେଳେ ଦୁଇ ଗୋଡ଼ ଏବଂ ଦୁଇ ହାତ କାମ କରୁନ ଥିବା ଜଣା ପଡିଛି l ପ୍ରକାଶ ଯେ ଆଗତ, ବାଘ( ୭)ସ୍ଥାନୀୟ ସ୍କୁଲ ରେ ନାମ ଲେଖା ହୋଇଛି l କିନ୍ତୁ ଦୁଃଖ ର କଥା ସ୍କୁଲ ପାଠ ପଢି ଯାଇ ପାରୁନି l ତାଙ୍କ ବାପା ପରାୟଣ ବାଘ (୩୨) ଏକ ବର୍ଷ ଆଗରୁ ସୋନପୁର,ବୌଦ୍ଧ,ବୁର୍ଲା, କଟକ ବଡ଼ ମେଡିକାଲ,ରେ ଭର୍ତ୍ତି କରି ଚିକିତ୍ସା ରେ ଆଗତ ର କୌଣସି ସୁଫଳ ମିଳି ନଥିଲା l ଆଗତ କିପରି ବିକଳାଙ୍ଗ ଚିକିତ୍ସା ହୋଇ ପାରିଲେ ଠିକ ହୁଅନ୍ତା ବୋଲି ତାଙ୍କ ମାଆ ସୁଜ୍ଞାନି ଛଳ ଛଳ ଅଶ୍ରୁ ନୟନରେ ଆମକୁ କହୁଥିଲେ l ତାଙ୍କ ବିକଳାଙ୍ଗ ପୁଅ ର ଅସୁସ୍ଥତା ଯୋଗୁଁ ସଫଳହୋଇ ପାରୁନାହିଁ l ତାଙ୍କ ବାପା ସେ ଜଣେ ଗରିବ ଶ୍ରେଣୀ ର ଲୋକ ହୋଇ ଥିବା ବେଳେ କୁଲି ମଜୁରୀ କରି ଭରଣ ପୋଷଣ କରନ୍ତି l ଆଗତ ବାଘ କୌଣସି ଉପାୟ ନପାଇ ସରକାରୀ ସହାୟତା ପାଇଁ ଏବେ ଆକୁଳ ନିବେଦନ କରିଛନ୍ତି l ସରକାରୀ ସହାୟତା ଭତ୍ତା ଓ ଚାଉଳ ମିଳୁନାହିଁ l ଏନେଇ ବ୍ଲକ ତଥା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣ ରେ ଦାବି ହେଉଛି l

ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ
ସଂପାଦକ,ଅଶ୍ୱିନୀ କୁମାର ନନ୍ଦ

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
×

Powered by WhatsApp Chat

×