ରାଜ୍ୟଶୀର୍ଷ ଖବରସମ୍ପାଦକୀୟ

ଲୋପ ପାଇଲାଣି ଘରଚଟିଆ, ଶୁଭୁନାହିଁ ଆଉ କିଚିରି ମିଚିରି ଶବ୍ଦ, ଚିନ୍ତା ରେ ପଶୁ ପକ୍ଷୀ ପ୍ରେମୀ

ବୌଦ୍ଧ(ସଚେତନ ନ୍ୟୁଜ)ବଦଳୁଛି ସଭ୍ୟତା,ବଦଳୁଛି ପରିବେଶ ପରିବର୍ତ୍ତନର ଏହି ପ୍ରକ୍ରିୟାରେ ଲୁପ୍ତ ହେବାକୁ ବସିଛନ୍ତି ଅନେକ ପଶୁପକ୍ଷୀ। ଆଉ ଦେଖିବାକୁ ମିଳୁନାହାନ୍ତି ଗ୍ରାମୀଣ ସଭ୍ୟତାର ଘରଚଟିଆ। ଶୁଣିବାକୁ ମିଳୁନାହିଁ ଏହି କ୍ଷୁଦ୍ର ପକ୍ଷୀର କିଚିରି ମିଚିରି ଶବ୍ଦ। ଦିନଥିଲା ଘରଚଟିଆର କିଚିରି ମିଚିରି ଶବ୍ଦରେ ସକାଳୁ ନିଦ ଭାଙ୍ଗୁଥିଲା। ସହର ତ ଦୂରର କଥା ଏବେ ଗାଁ ଗହଳିରେ ବି ଏହି ପକ୍ଷୀ ଦେଖିବାକୁମିଳୁନାହାନ୍ତି। କଂକ୍ରିଟ ଜଙ୍ଗଲ, ଚାଳଛପର ଘରର ଅଭାବ ଏହି ପକ୍ଷୀ ବଂଶ ହ୍ରାସର ମୁଖ୍ୟକାରଣ ବୋଲି ପରିବେଶବିତ ମାନେ ମତ ଦିଅନ୍ତି। ଏହି ନିରୀହ ପକ୍ଷୀ ମାନେ ଏବେ କାଁଭାଁ
କେଉଁଠି କେମିତି ଦେଖିବାକୁ ମିଳନ୍ତି । ପ୍ରତିକୂଳ ପରିବେଶ ଓ ପରିସ୍ଥିତି ସହଖାପଖୁଆଇ ନ ପାରି ଯେଉଁଠି ଏବେ ଜୀବନ ସହ ସଂଗ୍ରାମ କରି ବଂଚିବା ଆରମ୍ଭ କରିଛନ୍ତି, ସେଠି ଖାଦ୍ୟ ଗଣ୍ଡାକ ପାଇଁ ଲୋକଙ୍କ ହାତ ଟେକାକୁ ଅପେକ୍ଷା କରୁଛନ୍ତି। ସାଧାରଣତଃ ଧାନ, ଗହମ, ଡାଲି ଜାତୀୟ ଖାଦ୍ୟ, କୀଟପତଙ୍ଗ ଆଦି ଏହି ପକ୍ଷୀଙ୍କ ଖାଦ୍ୟ। ଗଁl ଗହଳି ରେ ଚାଳଘର ଛପର ତଳେ, ଗଛର କୋରଡରେ ମୁଣ୍ଡ ଗୁଞ୍ଜୁଥିବା ଘରଚଟିଆ ଘର ଅଗଣାରେ ପଡ଼ିଥିବା ଚାଉଳ,ଧାନକୁ ଖୁଣ୍ଟି ଖାଇବା ସହ ଶାବକମାନଙ୍କୁ ଖୁଆଇଥାଆନ୍ତି। ଏବେ ଚାଳଛପର ଘର କମି ଆସୁଥିବାରୁ ଏହି ପକ୍ଷୀମାନେ ରହିବାକୁ ଜାଗା ପାଉନାହାନ୍ତି। କେଉଁଠି
କେମିତି କୋଠାଘରେ ରହିବାକୁ ଚେଷ୍ଟା କରୁଥିଲେ ହେଁ ଖାଦ୍ୟ ଅଭାବ ସେମାନଙ୍କ ପିଛା ଛାଡୁନାହିଁ। ଏବେ ଚାଷରେ ବିପୁଳ ପରିମାଣରେ ସାର ଓ କୀଟନାଶକ ବ୍ୟବହାର କରାଯାଉଛି । ସହର ସଭ୍ୟତା ବୃଦ୍ଧିସହ, ମୋବାଇଲ ଟାୱାର ଓ ବିଦ୍ୟୁତ୍ ଖୁଣ୍ଟ ଏହି କ୍ଷୁଦ୍ର ପକ୍ଷୀ ବଂଶ ବିଲୁପ୍ତିର ଅନ୍ୟତମ କାରଣ ସାଜିଥିବା ଶୁଣାଯାଏ । କିଛି ଅନ୍ୟ ରାଜ୍ୟରେ ଏହାକୁ ରାଜ୍ୟ ପକ୍ଷୀର ମାନ୍ୟତା ଦିଆଯାଇଛି । ଆମେରିକା ବିଶ୍ୱର ଆଉ କିଛି ଦେଶରେ ଏହି ନିରୀହ ପକ୍ଷୀ କୁ ବିଲୁପ୍ତ ହେବାକୁ ବସି ଥିବା ଶ୍ରେଣୀଭୁକ୍ତ କରାଯାଇଛି ।ଏବେ ଘରଚଟିଆଙ୍କୁ ସୁରକ୍ଷା ଦେବା ପାଇଁ ଆଗକୁ ଆସି ଥିବା ଏନ୍ଏଫ୍ଏସ୍ ପକ୍ଷରୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ଘରଚଟିଆ ଦିବସ ଭାବରେ ପାଳନ କରାଯାଉଥିବା ଏହି କ୍ଷୁଦ୍ର ପକ୍ଷୀ ର ସୁରକ୍ଷା ପାଇଁ ବ୍ୟାପକ ସଚେତନତା ଜରୁରୀ l ସରକାର ମଧ୍ୟ ଏହି କ୍ଷୁଦ୍ର ପକ୍ଷୀ ବଂଶ କୁ ବଞ୍ଚାଇବା ପାଇଁ କୃତ୍ରିମ ବସା ର ବ୍ୟବସ୍ଥା ସହିତ ଖାଦ୍ୟ ମଧ୍ୟ ଯୋଗାଇ ଦେବା ଆବଶ୍ୟକ ବୋଲି ସଚେତନ ନାଗରିକ ମହଲ ରେ ଦାବୀ ହେଉଛି l

ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ
ସଂପାଦକ,ଅଶ୍ୱିନୀ କୁମାର ନନ୍ଦ

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
×

Powered by WhatsApp Chat

×