ରାଜନୀତିରାଜ୍ୟ

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଙ୍କ ବୌଦ୍ଧ ଜିଲ୍ଲା ଗସ୍ତ

ବୌଦ୍ଧ(ସଚେତନ ନ୍ୟୁଜ)ବୌଦ୍ଧ ଜିଲ୍ଲା ଗସ୍ତ ଅବସରରେ ଆଜି କେନ୍ଦ୍ର ଗୃହ ବିଭାଗର ରାଷ୍ଟ୍ର ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ରାଇ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବାଉଁଶୁଣି ତୁଳସୀ କଲ୍ୟାଣ ମଣ୍ଡପ ଠାରେ ସାଙ୍ଗଠନିକ ବୈଠକରେ କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ l ଆଜିର ବୈଠକରେ ଜିଲ୍ଲାସଭାପତି ବିପ୍ର ଚରଣ ମହାନ୍ତିଙ୍କ ସଭାପତିତ୍ବରେ ସଭା ପରିଚା ଳନା କରିଥିଲେ l ରାଜ୍ୟ ସାଧାରଣ ସଂପାଦିକା ଡ୍ର. ଲେଖାଶ୍ରୀ ସାମନ୍ତ ସିଂହାର ଉଦବୋଧନ ଦେଇ ଆଗାମୀ ଦିନରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଦଳ ବିଜୟୀ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଲୋକସଭା ପ୍ରଭାରୀ ନିରଞ୍ଜନ ମିଶ୍ର,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କହ୍ନlଇ ଚରଣ ଡାଙ୍ଗ, ସୁକାନ୍ତ ପାଣିଗ୍ରାହୀ, ସୁଶାନ୍ତ ପ୍ରଧାନ, ୪ ନମ୍ବର ଜୁନ ଜିଲ୍ଲା ପରିଷଦ ସଭ୍ୟ ଇଂ ରାକେଶ ତ୍ରିପାଠୀ, ଜିଲ୍ଲା ସାଧାରଣ ସଂପାଦକ ସୁଶାନ୍ତ ବାଘ, ଜିଲ୍ଲା ଉପସଭାପତି ଚିତ୍ତରଞ୍ଜନ ପାତ୍ର, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅଟଳ କୁମାର ପ୍ରଧାନ, ମଣ୍ଡଳ ସଭାପତି ଅନିଲ କୁମାର ପ୍ରଧାନ, ପିନାକଧର ରଣା, ନିରଞ୍ଜନ କର୍ଣ୍ଣ, ଯୀଶୁ ପଧାନ, ପଞ୍ଚମନ ଜଗଦଲା, ରୁଣ୍ଡିମହୁଲ ସରପଞ୍ଚ ପଞ୍ଚାନନ ସାହୁ, ପୁଷ୍ପା ମହଲା, ଜୟନ୍ତୀ ହାତୀ, ଶରତ କର୍ଣ୍ଣ, ଯଦୁ ବାଘ, ଚଞ୍ଚଳ ରଣା, ତ୍ରିବିକ୍ରମ ମହାକୁଳ, ଅଜିତ ମହାକୁଳ ପ୍ରମୁଖ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l

ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ
ସଂପାଦକ,ଅଶ୍ୱିନୀ କୁମାର ନନ୍ଦ

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
×

Powered by WhatsApp Chat

×