ରାଜ୍ୟଶୀର୍ଷ ଖବର

ମାନବିକତା ଦେଖାଇଲେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ, ଦୂର୍ଘଟଣା ଗ୍ରସ୍ତ ଯୁବକଙ୍କୁ ଗାଡିରେ ନେଇଗଲେ ଚିକିତ୍ସାଳୟ

ଆସିକା(ସଚେତନ ନ୍ୟୁଜ)
ଆସିକା ପକାଲାପଲ୍ଲୀ ଛକ ଠାରେ ମଟର ସାଇକେଲ ଦୂର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ମୁର୍ମୁସୁ ଅବସ୍ଥାରେ ପଡିଥିବା ଜଣେ ଯୁବକ ଙ୍କୁ ଦେଖି ସ୍ଥାନୀୟ ଲୋକ ୧୦୮ ଆମ୍ବୁଲାନ୍ସ କୁ ଡାକିଥିଲେ । ଠିକ ସେହି ସମୟରେ ଭଞ୍ଜନଗର ଠାରେ ଜନଶୁଣାଣି କାର୍ଯ୍ୟ ସାରି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନା ବ୍ରହ୍ମପୁର ଫେରୁଥିବା ବେଳେ ଆସିକା ପକାଲାପଲ୍ଲୀ ଛକ ନିକଟରେ ଅଟକି ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିକୁ ନିଜ ଗାଡ଼ିରେ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ l ଏହି ଖବର ପାଇ ଆସିକା ଡାକ୍ତରଖାନା ଠାରେ ଉପଖଣ୍ଡ ପୋଲିସ ଅଧିକାରୀ ଉମାଶଙ୍କର ସିଂ, ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସଦଳବଳେ ପହଞ୍ଚିଥିଲେ l ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିର ପ୍ରାଥମିକ ଚିକତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ତାକୁ ଡାକ୍ତର ଙ୍କ ପରାମର୍ଶ କ୍ରମେ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା l ଗଞ୍ଜାମ ଆରକ୍ଷୀ ଅଧିକାରୀ ଙ୍କ ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳ ବାସୀ ଓ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି l ପ୍ରକାଶ ଥାଉକି ଆରକ୍ଷୀ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ମଦ୍ୟପ ଗାଡି ଚାଳକଙ୍କୁ ପୋଲିସ ଧରି ଫାଇନ କାଟିବା ଜୋରଦାର କରୁଥିବାବେଳେ ଆଜିର ଏହି ଘଟଣା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି।

ଆସିକା ରୁ ଅକ୍ଷୟ କୁମାର ଜେନା ଙ୍କ ରିପୋର୍ଟ, ସଚେତନ ନ୍ୟୁଜ
ସଂପାଦକ,ଅଶ୍ୱିନୀ କୁମାର ନନ୍ଦ

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
×

Powered by WhatsApp Chat

×