ଟାଟା ପାୱାରର ରକ୍ଷଣା ବେକ୍ଷଣ ଅଭାବ ଯୋଗୁଁ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଅଭିଯୋଗ
ବୌଦ୍ଧ(ସଚେତନ ନ୍ୟୁଜ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ଦୁଇଦିନ ଧରି ଲାଇନ ନଥିବାରୁ ଜନସାଧାରଣ ନାହିଁ ନଥିବା ଅସୁବିଧା ଭୋଗକରୁଥିବାର ଅଭିଯୋଗ ହେଉଛି ।ଲଗାଣ ବର୍ଷା ରେ ଚାରିଆଡେ ଜଳମଗ୍ନ ହୋଇଥିବା ବେଳେ ଟେଲିଫୋନ ସେବା ସଂପୁର୍ଣ୍ଣ ଅଚଳ ହୋଇ ପଡିଛି l ପିଇବା ପାଣି ଟୋପାଏ ପାଇଁ ଡହକ ବିକଳ ହେଉଥିବା ବେଳେ ମଶା ଓ ସରୀସୃପ ଭୟରେ ଜୀବନ ବିତାଉ ଛନ୍ତି ଜନତା ।ଗୁହାରି ଶୁଣିବାକୁ କେହି ନାହାନ୍ତି। ବ୍ଲକ ରେ ଥିବା ୩୧୪ଗୋଟି ଗ୍ରାମ ଏହି ବିଦ୍ୟୁତ ଉପରେ ନିର୍ଭର କରିଥାନ୍ତି ।ଗ୍ରାହକ ମାନଙ୍କ ଠାରୁ ପ୍ରତିମାସରେ ବିଦ୍ୟୁତ ବିଲ ନେଇ ସେବା ନଦେଇ କୁମ୍ଭ କର୍ଣ୍ଣ ନିଦ୍ରାରେ ସୋଇଛି ବିଦ୍ୟୁତ ବିଭାଗ । ଲାଇନ୍ ଚାଲିଗଲେ ବିଭାଗ ର କର୍ମଚାରୀ ମାନେ ମୋବାଇଲ ସୁଇଚ ଅଫ କରି ଦେଉଛନ୍ତି ନଚେତ ଫୋନ ଉଠାଉ ନାହାନ୍ତି l ଜନସାଧାରଣ ଙ୍କ ସୁବିଧା ଦୃଷ୍ଟି ରୁ ରାଜ୍ୟ ସରକାର ଜରୁରୀ ସେବା ପାଇଁ ୧୧୨କୁ ଫୋନ କଲେ ଡାକ୍ତର ଖାନା, ପୋଲିସ, ଓ ଦମକଳ ସେବା ଘରେବସି ପାଇଁ ପାରୁଛନ୍ତି ଏହା ଏକ ଜରୁରୀ ସେବା ହୋଇ ଥିବାରୁ ଏଥି ପାଇଁ ସରକାର ଏକ ହେଲପ ଲାଇନନମ୍ବର ଜାରି କରନ୍ତୁ ବୋଲି ଗ୍ରାହକ ମାନଙ୍କ ଦାବିହେଉଛି । ଦୀର୍ଘ ପଚାଶ ବର୍ଷ ତଳେ ଫୁଲବାଣୀ ରୁ ବୌଦ୍ଧ ୩୩କେଭି ଲାଇନ କାର୍ଯ୍ୟ କରାଯାଇଥିଲା ସେଥିରୁ ୧୧କେଭି ଲାଇନ ସଂଯୋଗ କରି ଗ୍ରାହକ ମାନଙ୍କୁ ଓଏ ଏସ ସି ବି ବିଦ୍ୟୁତ ସେବା ଯୋଗାଇ ଆସୁଥିଲା ଓ ଫୁଲବାଣୀ ଗ୍ରୀଡ଼ ରୁ ଏହି ବିଦ୍ୟୁତ ଅଣାଯାଉଥିଲ।ଏହି ପୁରୁଣା ଲାଇନ ରାଣୀପଥର ଘାଟି ଦେଇ ଆସୁଥିବା ରୁ ବିଭିନ୍ନ ସମୟ ରେ ଘାଟିରେ ଗଛ ପଡି ବିଜୁଳି ବିଭ୍ରାଟ ଦେଖାଦେଉ ଥିଲା ଫଳରେ ଏହି ଜିଲ୍ଲା ର ଲାଣ୍ଡିବନ୍ଧ ଠାରେ ୧୩୨କେଭି ର ଏକ ଗ୍ରୀଡ଼ ସ୍ଥାପନ କରାଗଲା, ଏହି ବ୍ଲକ ରେ ନଅ ଗୋଟି ରାଇସ ମିଲ, ତିନୋଟି କ୍ରସର, ସ୍ପିରିଟ ଫେକ୍ଟରି , ଦୁଇଟି ବଡ ଫାର୍ମହାଉସ , ଶହେରୁ ଉର୍ଦ୍ଧ୍ୱ ଲିଫ୍ଟପଏଣ୍ଟ ଓ ଅନେକ କୁକୁଡ଼ା ଫାର୍ମ ଥିବାରୁ ମାସିକ କୋଟି କୋଟି ଟଙ୍କା ର ବିଦ୍ୟୁତ ବିଲ ଅସୁଲ କରାଯାଉଛି।ତେବେ ଏହି ବ୍ଲକ ରେ ବାରମ୍ବାର ବିଜୁଳି ବିଭ୍ରାଟ ଦେଖାଦେଇଥିବାରୁ ଜନସାଧାରଣ ଙ୍କ ହିତ ଦୃଷ୍ଟିରୁ ଲଇଗାଁ, ଚାରିଛକ ଓ ଛତ୍ରଙ୍ଗ ଠାରେ ତିନୋଟି ୩୩କେଭି ଗ୍ରୀଡ଼ ସ୍ଥାପନ କରାଗଲା l ହେଲେ ଫଳ ଶୂନ l ପଚାଶ ବର୍ଷ ତଳେ ଲାଗିଥିବା ପୁରୁଣା ପୋଲ, ତାର, ଡିସକି ଇନ୍ସୁଲେଟର, ପିନ ଇନ୍ସୁଲେଟର, ଓ ଜମ୍ପର ଛିଣ୍ଡୁ ଥିବାରୁ ଦୈନନ୍ଦିନ ବିଜୁଳି ବିଭ୍ରାଟ ହେଉ ଥିବାର ଅଭିଯୋଗ ହେଉଛି l ଟାଟା ପାୱାର ଦାଇତ୍ୱ ବୁଝିଲା ଦିନଠାରୁ ଦୈନନ୍ଦିନ ମେଣ୍ଟନାସ ନାମରେ ୪/୫ଘଣ୍ଟା ପାୱାର କଟ କରାଯାଉ ଥିବାର କୁହାଯାଉଛି l ଯଦି ଦୈନନ୍ଦିନ ମେଣ୍ଟନାନ୍ସ କରାଯାଇଛି ଟିକିଏ ପତର ହଲିଲେ କିପରି ଲାଇନ ଚାଲି ଯାଉଛି ଏହା ବୁଦ୍ଧିଜୀବି ମହଲରେ ପ୍ରଶ୍ନ ସୃଷ୍ଟି ହେଉଛି l ସେହି ତାର ସେହି ପୋଲ ଅଛି କେବଳ କମ୍ପାନୀ ନାମ ବଦଳି ଚାଲିଛି ।କିନ୍ତୁ କମ୍ପାନୀ କିଛି ନକରି ପ୍ରତି ମାସରେ ବିଲି ଅସୁଲ କରି ନେଇ ଚାଲିଛି କେବଳ ସେବା ନାମରେ ଶୋଷଣ ଚାଲିଛି l ଯଦି ଜଣେ ସାଧାରଣ ଲୋକ ଲାଇନ ନେବାକୁ ହେଲେ ପୋଲ ଠାରୁ ଟିକିଏ ଦୂର ହେଲେ ପୋଲ କିଣିବାକୁ ପଡୁଛି ଯଦି ଜଣେ ବେକାର କୁଟୀର ଶିଳ୍ପ କରିବାକୁ ଯାଉଛି ଏବେ ଅଧିକ ପରିମାଣ ର ସିକ୍ୟୁରିଟି, ଟ୍ରାନ୍ସଫରମର,ତାର, ଓ ପୋଲ କିଣିବାକୁ ପଡୁଛି ଏହି କାମକୁ ବିଦ୍ୟୁତ ଠିକାଦାର ଦ୍ଵାରା କରାଯାଉଛି ଠିକାଦାର ଓ ବିଭାଗ କର୍ମ ଚାରୀଙ୍କ ମଧୁଚନ୍ଦ୍ରିକା ରେ କାର୍ଯ୍ୟ ହେଉଥିବା ରୁ ଅତ୍ୟଧିକ ଟଙ୍କା ର ଏଷ୍ଟିମେଟ କରାଯାଉଥିବାର କୁହାଯାଉଛି l ଫଳରେ ଜଣେ ବେକାର କୁଟୀର ଶିଳ୍ପ କରିବା ପାଇଁ ପଛ ଘୁଞ୍ଚା ଦେଉଛି l ସେହିପରି ଇଣ୍ଡଷ୍ଟ୍ରିଜ ଗୁଡିକରେ ଅଧିକ ସିକ୍ୟୁରିଟି ଦେବାକୁ ପଡୁଥିବାରୁ ଇଣ୍ଡଷ୍ଟ୍ରି ମାଲିକ ମାନଙ୍କ ମନବଳ କମି ଯାଉଥିବାର କୁହାଯାଉଛି l ସାଧାରଣ ଲୋକ ଟ୍ରାନ୍ସଫର ବସାଇଲେ ବାଡା ବନ୍ଦୀ ବାଧ୍ୟତା ମୂଳକ ହୋଇ ଥିବା ବେଳେ ବିଭାଗ ଅଧୀନରେ ଥିବା ଟ୍ରାନ୍ସଫର ଗୁଡିକରେ ବାଡା ବନ୍ଦୀନଥିବାବେଳେ ହେବିସୁଜି ନଥିବାରୁ ବିପଦ ସଂକୁଳ ଅବସ୍ଥାରେ ଥିବାର ଦେଖିବାକୁ ମିଳୁଛି ପୋଲ ଠାରୁ ୩୦ମିଟର ରୁ ଦୂର ହୋଇଗଲେ ଗ୍ରାହକ କୁ ପୋଲ ତାର କିଣି ବାକୁ ପଡୁଛି ।ପୁରୁଣା ମିଟର ଠିକ ଥିଲେ ମଧ୍ୟ ନୁଆଁ ମିଟର ଲଗାଯାଉଛି, ଏଥିରେ ଇଣ୍ଡିକେଟର ଜଳିଲେ ମିଟର ଉଠୁଛି ।ବିଭିନ୍ନ ସମୟ ରେ ତଦନ୍ତ କରି ମିଟର ଟେମ୍ପରିଙ୍ଗ ହୋଇଛି, ହେବିଲୋଡ଼ ଅଛି, ଡୋମେଷ୍ଟିକ ଲାଇନ କମରସିଆଲ ହୋଇଛି l କାହାର ହୁକ ପଡ଼ିଥିବାର ଦର୍ଶାଇ ପାଞ୍ଚ ହଜାର ରୁ ଦୁଇଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫାଇନ ପକାଯାଇ ଥିବାର ଅଭିଯୋଗ ଶୁଣିବାକୁ ମିଳୁଛି ।କମ୍ପାନୀ ରେ ଅଧିକାଂଶ ଅଣଓଡ଼ିଆ କର୍ମଚାରୀ ଥିବାରୁ ଓଡ଼ିଆ ଭାଷା ବୁଝି ନପାରି ସମାଧାନ ବଦଳରେ ଏହି ପରି ଭାବରେ ହଇରାଣ କରାଯାଉଥିବାର ଗ୍ରାହକ ମାନଙ୍କ ଠାରୁ ଶୁଣିବାକୁ ମିଳୁଛି,କମ୍ପାନୀ ତୁରନ୍ତ ପୁରୁଣା ୩୩ କେଭି ଓ ୧୧କେଭି ଲାଇନ ର ପୋଲ ଓ ତାର କୁ ବଦଳାଇ ନୁଆଁ ପୋଲ ଓ କେବୁଲ କରାଯିବା ଜନସାଧାରଣ ଙ୍କ ଦାବି ହେଉଛି ।ନଚେତ ଆଗାମୀ ଦିନରେ ଜନ ଆନ୍ଦୋଳନ ହେବ ବୋଲି ଜନମତ ପ୍ରକାଶ ପାଉଛି l
ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ
ସମ୍ପାଦକ, ଅଶ୍ୱିନୀ କୁମାର ନନ୍ଦ