ଯୁବକରାଜ୍ୟଶୀର୍ଷ ଖବର

ବିଦ୍ୟୁତ୍ ଆଘାତରେ ଯୁବକଙ୍କ ମୃତ୍ୟୁ

ବୌଦ୍ଧ(ସଚେତନ ନ୍ୟୁଜ)ବିଦ୍ୟୁତ୍ ଆଘାତରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି | ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ସ୍ଥିତ କଣ୍ଟାମାଳ ୟୂ ଜି ଏମ ଇ ସ୍କୁଲରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି | ମୃତ ଯୁବକ ଜଣକ ହେଲେ କଣ୍ଟାମାଳ ଗ୍ରାମର କୁଶ ଭୋଇ ବୋଲି ଜଣା ପଡ଼ିଛି | ଏ ନେଇ କୁଶଙ୍କ ଭାଇ କଣ୍ଟାମାଳ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି | ଅଭିଯୋଗ ଅନୁସାରେ ଗତ ୮ବର୍ଷ ହେଲା କୁଶ କଣ୍ଟାମାଳ ୟୂ ଜି ଏମ ଇ ସ୍କୁଲରେ ଅସ୍ଥାୟୀ ଭାବରେ କାର୍ଯ୍ୟ କରୁଥିଲେ | ସବୁ ଦିନ ପରି ଆଜି ବିଦ୍ୟାଳୟକୁ କୁଶ ଆସିଥିବା ବେଳେ ଦିନ ୨ଟା ୩୦ମିନିଟ ରେ କିଛି ଛାତ୍ରଛାତ୍ରୀ କୁଶ ଙ୍କ ବିଦ୍ୟୁତ୍ ଆଘାତରେ ଅଚେତ ହୋଇଥିବା ପରିବାର ଲୋକଙ୍କୁ ଖବର ଦେଇଥିଲେ | କୁଶ ଙ୍କ ଡାହାଣ ହାତ ଓ ଆଙ୍ଗୁଠି ପୋଡ଼ି ଯାଇଥିବା ଦେଖିବା ସହ ଭାଇ ଲବ ବିଦ୍ୟାଳୟକୁ ଆସି ଅଚେତ ଅବସ୍ଥାରେ ଉଦ୍ଧାର କରି କୁଶଙ୍କୁ ପ୍ରଧାନ ଶିକ୍ଷକ ଙ୍କ ସହ ମିଶି କଣ୍ଟାମାଳ ଡାକ୍ତରଖାନା କୁ ଆଣିଥିଲେ | ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଏହାର ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଏତଲାରେ ଲବ ଉଲ୍ଲେଖ କରିଛନ୍ତି| କଣ୍ଟାମାଳ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।

ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ
ସମ୍ପାଦକ, ଅଶ୍ୱିନୀ କୁମାର ନନ୍ଦ

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
×

Powered by WhatsApp Chat

×