ସୁବର୍ଣ୍ଣପୁର(ସଚେତନ ନ୍ୟୁଜ)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଥାନା ଅଂଚଳରେ ନକଲି ୫ ଶହ ଟଙ୍କିଆ ନୋଟ। ଉକ୍ତ ଥାନା ଅଞ୍ଚଳ ଅନ୍ତର୍ଗତ ପିତାମହୁଲ ପଞ୍ଚାୟତ ର ଟେଭାପଦର ଗ୍ରାମରେ ଜଣେ ଦୋକାନୀ କୁ ଜଣେ ଅଜଣା ବ୍ୟକ୍ତି ତିନୋଟି ପାଞ୍ଚ ଶହ ଟଙ୍କିଆ ନୋଟ ଦେଇ ତେଜରାତି ସାମଗ୍ରୀ ନେଇଥିବା ଅଭିଯୋଗ ହୋଇଛି। ସୁଚନା ମତେ ଟେଭାପଦର ଗ୍ରାମର କ୍ଷମାନିଧି ସାହୁ ଜଣେ ରୋଗଗ୍ରସ୍ତ ବ୍ୟକ୍ତି। ସେ ଅସୁସ୍ଥ ଥିବାରୁ ସେ କରିଥିବା ତେଜରାତି ଦୋକାନରେ ତାଙ୍କର ସ୍ତ୍ରୀ ବିକ୍ରିକରୁ ଥିଲେ। ତେବେ ରବିବାର ମଧ୍ୟାହ୍ନ ରେ କେହି ଜଣେ ଅଜଣା ବ୍ୟକ୍ତି ୩୦୦ ଟଙ୍କାର ତେଜରାତି ସାମଗ୍ରୀ କିଣି ୫୦୦ ଟଙ୍କା ଦେଇ ଥିଲେ। ପୁଣି କିଛି ସମୟ ପରେ ସେହି ଦୋକାନ କୁ ଆସି ୭ ଶହ ଟଙ୍କାର ଜିନିଷ କିଣି ଦୁଇଟି ୫ ଶହ ଟଙ୍କିଆ ନୋଟ ଦେଇ ଥିଲେ l ଦୋକାନୀ ବଳକା ଟଙ୍କା ଫେରାଇ ୫ ଶହ ଟଙ୍କିଆ ନୋଟ ରଖି ଥିଲେ। ପରବର୍ତ୍ତୀ ସମୟରେ କେହି ଜଣେ ତାହା ନକଲି ଟଙ୍କା ବୋଲି କହିବାରୁ ସେ ନକଲି ବୋଲି ଜାଣିବାକୁ ପାଇଲେ। ଦୋକାନୀ ଜଣକ ରୋଗଗ୍ରସ୍ତ ଥିବାରୁ ସୋମବାର ତାଙ୍କର ପରିବାର ଲୋକେ ଥାନାରେ ଅଭିଯୋଗ କରିଥିବା ଜଣା ପଡିଛି। ଏନେଇ ସୁବଳୟା ଥାନା ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ ଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ପାଖରେ ସେନେଇ କୌଣସି ସୂଚନା ନାହିଁ ବୋଲି ପ୍ରକାଶ କରିଛନ୍ତି।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
ସମ୍ପାଦକ, ଅଶ୍ୱିନୀ କୁମାର ନନ୍ଦ