ରାଜ୍ୟଶୀର୍ଷ ଖବର

ଅଭିଯୁକ୍ତ ସୁଦାନ କହଁର କୁ ୫ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଜରିମାନା

.୨୮.୦୯.୨୦୨୩
କନ୍ଧମାଳ(ସଚେତନ ନ୍ୟୁଜ)
ଫୁଲବାଣୀ ଜିଲ୍ଲା ଦୌରାଜଜ୍ କୋର୍ଟ ବିଚାରପତି ସତ୍ୟ ପିର ମିଶ୍ର ଏକ ହତ୍ୟା ମାମଲା ର ବିଚାର କରି ଘଟଣାର ୧୮ ଜଣଙ୍କ ସାକ୍ଷୀ ପ୍ରମାଣ ଆଧାରରେ ମାମଲାର ଅଭିଯୁକ୍ତ ସୁଦାନ କହଁରକୁ ଆଇ ପି ସି ୩୦୪(କ) ଧାରା ଅନୁସାରେ ଦୋଷୀ ସାବ୍ୟସ୍ତ କରି ୫ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୫ ହଜାର ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି l ଜରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ୩ ମାସ ଅଧିକ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ବିଚାରପତି ନିଜ ରାୟରେ ପ୍ରକାଶ କରିଛନ୍ତି l ସରକାରଙ୍କ ପକ୍ଷରୁ ମାମଲାକୁ ଜିଲ୍ଲା କୋର୍ଟର ପିପି ରଶ୍ମୀତା ମହାପାତ୍ର ପରିଚାଳନା କରିଥିଲେ l ପ୍ରାପ୍ତ ସୂଚନା ମୁତାବକ ଅଭିଯୁକ୍ତ ସୁଦାନ କହଁର ଫିରିଙ୍ଗିଆ ବ୍ଳକର ଗୋଚ୍ଛାପଡା ଥାନା ଅନ୍ତର୍ଗତ ସୁବେରିପଙ୍ଗା ଗ୍ରାମର ମୃତକ ବାବୁଲା ବେହେରା ମଧ୍ଯ ସେହି ଗ୍ରାମର ଥିଲେ l ଅଭିଯୁକ୍ତ ସୁଦାନ ମଦ ପିଇବା ପାଇଁ ମୃତକ ବାବୁଲା ବେହେରା ଙ୍କୁ ଟଙ୍କା ମାଗିଥିଲେ ସେ ଟଙ୍କା ଦେବାପାଇଁ ମନା କରିଥିଲେ l ଅଭିଯୁକ୍ତ ତାର ଟାଙ୍ଗିଆ ରେ ବାବୁଲା ର ମୁଣ୍ଡକୁ ହାଣି ଦେଇଥିଲେ l ଫଳରେ ଘଟଣା ସ୍ଥଳରେ ବାବୁଲାର ମୃତ୍ୟୁ ଘଟିଥିଲା l ମୃତକଙ୍କ ପରିବାର ପକ୍ଷରୁ ଗୋଚ୍ଛାପଡା ଥାନାରେ ଏତଲା ଦେଇଥିଲେ l ଏତଲା ପ୍ରକାରେ ଥାନା କେଶ ନମ୍ବର ୮୨/୨୦ ରେ ଆଇ ପି ସି ୩୦୨ରେ ମାମଲା ରଜୁ କରି ଅଭିଯୁକ୍ତ ସୁଦାନ କହଁରକୁ କୋର୍ଟରେ ହାଜର କରାଇଥିଲା l ସେହି ମାମଲା ବିଚାର କରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି l

ରିପୋର୍ଟ,ରମେଶ ଚନ୍ଦ୍ର ପ୍ରଧାନ, ଫୁଲବାଣୀ
ସମ୍ପାଦକ, ଅଶ୍ୱିନୀ କୁମାର ନନ୍ଦ

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
×

Powered by WhatsApp Chat

×