Uncategorizedରାଜ୍ୟ

ଆସନ୍ତା ୨ ତାରିଖ ଗାନ୍ଧୀ ଜୟନ୍ତୀ ରୁ ଜିଲ୍ଲା ରେ ବୁଲିବ ସାଇବର କ୍ରାଇମ ସଚେତନତା ରଥ

ତା.୨୮.୦୯.୨୦୨୩
ସୁବର୍ଣ୍ଣପୁର(ସଚେତନ ନ୍ୟୁଜ) ସାଇବାର କ୍ରାଇମ ରୁ ଛୋଟ ପିଲା ସ୍କୁଲ କଲେଜ ପୁଅ ଝିଅ, ଯୁବକ ଯୁବତୀ, ପୁରୁଷ ମହିଳା ,,ବୃଦ୍ଧ ଵୃଦ୍ଧା ସମସ୍ତ ବର୍ଗ ର ଲୋକ ଙ୍କୁ ଧମକ ଲୁଣ୍ଠନ ବ୍ଲାକ ମେଲ ସର୍ବୋପରି ମୃତ୍ୟୁ ମୁଖ ରୁ ବଞ୍ଚାଇବା ପାଇଁ ଓଡିଶା ପୋଲିସ ତଥା କ୍ରାଇମ ବ୍ରାଞ୍ଚ ପକ୍ଷ ରୁ ଆସନ୍ତା ୨ ତାରିଖ ଗାନ୍ଧୀ ଜୟନ୍ତୀ ଦିନ ଠାରୁ ସାରା ରାଜ୍ୟ ରେ ସବୁ ଜିଲ୍ଲା ରେ ୩୪ ଗୋଟି ସଚେତନତା ରଥ ପରିକ୍ରମl କରିବ ବୋଲି ଆଜି ସନ୍ଧ୍ୟାରେ ଜିଲ୍ଲା ପୋଲିସ ଅଫିସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ସୂଚନା ଦେଇଛନ୍ତି l ୧ ତାରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲା ରେ ଏହି ରଥ ପହଂଚିବା ପରେ ୨ ତାରିଖ ରୁ ୧୪ ତାରିଖ ଯାଏ ଜିଲ୍ଲା ସଦର ମହକୁମା ସମେତ ସମସ୍ତ ବ୍ଲକ ଓ ଗାଁ ମାନଙ୍କ ରେ ବିଭିନ୍ନ ସମାଜସେବୀ ଅନୁଷ୍ଠାନ, କ୍ଲବ, ଏନ ଜିଓ, ମିଶନ ଶକ୍ତି, ସ୍ବେଛାସେବୀ ଙ୍କ ସହଯୋଗ ରେ ସ୍କୁଲ କଲେଜ ରାସ୍ତା ଘlଟରେ ପଥ ପ୍ରାନ୍ତ ନାଟକ ଗୀତ ନାଚ ଓ ପ୍ରବନ୍ଧ କୁଇଜ ପ୍ରତିଯୋଗିତା ମlଧ୍ୟମରେ ସଚେତନ କରାଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି l ପୂର୍ବ ରୁ ଆୟୋଜନ ହୋଇଥିବା ପରି ରଥ ଓ ହକି ରଥ ଭଳିଆ ସାରା ଜିଲ୍ଳା ସାରା ରାଜ୍ୟ ରେ ଧୁମ ଧାମ ରେ ଏହା କୁ ଏକ ଜିଲ୍ଲା ଉତ୍ସବ ଭଳି ପାଳନ କରାଯିବ l ତେଣୁ ଏହାର ସୁଦୂର ପ୍ରଚାର ପ୍ରସାର ଓ ସଫଳ କରିବା ପାଇଁ ଜିଲ୍ଲା ର ସମସ୍ତ ମିଡ଼ିଆ ଓ ସମସ୍ତ ସ୍ବେଛାସେବୀ ଅନୁଷ୍ଠାନ, ବୁଦ୍ଧିଜୀବୀ, ଜିଲ୍ଲା ବାସୀ ଙ୍କୁ ମିଡ଼ିଆ ଜରିଆରେ ଏସପି ଶ୍ରୀ ପଣ୍ଡା ଆଜି ନିବେଦନ କରିଛନ୍ତି l ଏବଂ ପରି ରଥ, ହକି ରଥ କାର୍ଯ୍ୟକ୍ରମ ରେ ଯେମିତି ସମସ୍ତ ଙ୍କ ସହଯୋଗ ରେ ସର୍ବୋଚ୍ଚ ନମ୍ବର ରେ ପୁରସ୍କୃତ ହୋଇ ଜିଲ୍ଲା ର ଗୌରବ ଆଣିଥିଲା ପୂର୍ବ ର ସେଇ ରେକର୍ଡ କୁ ବଜାୟ ରଖିବା କୁ ଉଦ୍ୟମ ଜାରି ରଖିବା ବୋଲି ମଧ୍ୟ ଏସପି କହିଛନ୍ତି l ଏହି ସମ୍ମିଳନୀ ରେ ଅତିରିକ୍ତ ଏସପି ବୀରେନ୍ଦ୍ର ନାଏକ, ଏସପି ଷ୍ଟେନୋ କୃତିବାସ ମିଶ୍ର, ଏ ଏସ ଆଇ ଭିଡିଓ ଗ୍ରାଫର ପଦ୍ମ ଲୋଚନ ଦାସ ଏଲ ଇ ଡି ଟିଭି ରେ ସଚେତନତା ରଥ ଉପରେ ଡେମୋ ପ୍ରଦର୍ଶନ ରେ ସହଯୋଗ କରିଥିଲେ l

ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
ସମ୍ପାଦକ, ଅଶ୍ୱିନୀ କୁମାର ନନ୍ଦ

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
×

Powered by WhatsApp Chat

×