ଜାତୀୟ ଏକତା ଦିବସ ପାଳିତ
ତା.୦୧.୧୧.୨୦୨୩
କନ୍ଧମାଳ (ସଚେତନ ନ୍ୟୁଜ)
ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଫୁଲବାଣୀ ସହର ର ସ୍ଥାନୀୟ ପୋଲିସ ହାଇସ୍କୁଲ ଫୁଲବାଣୀ ଠାରେ ଜାତୀୟ ଏକତା ଦିବସ ପାଳିତ ହୋଇ ଯାଇଅଛି l ଅନୁଷ୍ଠିତ କାର୍ଯକ୍ରମ କୁ ମୂଖ୍ୟ ଅତିଥି ଭାବରେ ପୋଲିସ୍ ହାଇ ସ୍କୁଲ ଫୁଲବାଣୀ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ତ୍ରିପାଠୀ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ସଂସ୍କୃତ ଶିକ୍ଷକ ଗୌରୀ ଶଙ୍କର ମହାପାତ୍ର, ଓଡିଆ ଶିକ୍ଷୟତ୍ରୀ କୁନ୍ତଳା ତ୍ରିପାଠୀ ଏବଂ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ର ସହ କର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖ ଯୋଗ ଦେଇ ଥିଲେ l ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଡ୍ରଇଂ ଏବଂ ବକୃତା ପ୍ରତିଯୋଗୀତା ଅନୁଷ୍ଟିତ ହୋଇଥିଲା ଡ୍ରଇଂ ପ୍ରତିଯୋଗିତାରେ ବର୍ଷା ରାଣୀ ନାୟକ ପ୍ରଥମ, ରୋହିତ ବଗର୍ତି ଦ୍ୱିତୀୟ ଏବଂ ମାନିନୀ ପ୍ରଧାନ ତୃତୀୟ ହୋଇଥିଲେ ସେହିପରି ବକୃତା ପ୍ରତିଯୋଗୀତାରେ ଜ୍ୟୋତିର ମ ୟୀ ମିଶ୍ର ପ୍ରଥମ, ସୁଚିତ୍ରା ସାହୁ ଦ୍ୱିତୀୟ ଏବଂ ଅନୁପମା ସ୍ବାଇଁ ତୃତୀୟ ହୋଇଥିଲେ l ମୁଖ୍ୟ ଅତିଥି ଅନୁଷ୍ଟିତ କାର୍ଯ୍ୟକ୍ରମ ର ମୁଖ୍ୟ ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରିଥିଲେ l ଡ୍ରଇଂ ଓ ବକୃତା ପ୍ରତିଯୋଗୀତାରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ମୂଖ୍ୟ ଅତିଥି ଙ୍କ ଦ୍ଵାରା ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା l ବୈଠକରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ର ସହକର୍ମୀ ସତ୍ୟବାନ ଦଳବେହେରା ମୂଖ୍ୟ ଅତିଥି ସମ୍ମାନିତ ଅତିଥି ଓ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଗତ କରିଥିବା ବେଳେ ସ୍ଵେଚ୍ଛାସେବୀ ରଚିତା ରାଣୀ ସାହାଣୀ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ l
ରିପୋର୍ଟ, ରମେଶ ଚନ୍ଦ୍ର ପ୍ରଧାନ, ଫୁଲବାଣୀ
ସମ୍ପାଦକ, ଅଶ୍ୱିନୀ କୁମାର ନନ୍ଦ