ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକନା ଗାଁ ବିଶ୍ଵ ଭିନ୍ନ କ୍ଷମ ଦିବସ ପାଳିତ
ତା.୦୩.୧୨.୨୦୨୩:- କନ୍ଧମାଳ(ସଚେତନ ନ୍ୟୁଜ)
ଆଜି ଦିନ ଟି କୁ ବିଶ୍ଵ ଭିନ୍ନ କ୍ଷମ ଦିବସ ରୂପେ ପାଳନ କରା ଯାଉଅଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ କନ୍ଧମାଳ ଫୁଲବାଣୀ ଙ୍କ ଦ୍ଵାରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକନାଗାଁ ପରିସରରେ ଏକ ଭବ୍ୟ ଆୟୋଜନ କରାଯାଇ ଏହି ଦିବସ ଟି ପାଳନ କରା ଯାଇଥିଲା । ଏ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସେସନ୍ ଜର୍ଜ ଶ୍ରୀ ସତ୍ୟ ପ୍ରିୟ ମିଶ୍ର ଯୋଗ ଦେଇ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ। ସତ୍ୟ ଯୁଗ , ତ୍ରେତୟା, ଦ୍ୱାପର ଓ କଳିଯୁଗ ର ବିଭିନ୍ନ ଉଦାହରଣ ଦେଇ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ବୁଝାଇ ଥିଲେ। ୧୯୯୫ ମସିହା ରେ ଭିନ୍ନ କ୍ଷମ ମାନଙ୍କ ନିମନ୍ତେ ଆଇନ ପ୍ରାୟ ୟଣ ହେଲା। ପୁନଶ୍ଚ ୨୦୧୬ ମସିହା ରେ ଭିନ୍ନକ୍ଷମ ମାନଙ୍କୁ କିପରି ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ କରି ସାଧାରଣ ନାଗରିକ ଙ୍କ ପରି ସମସ୍ତ ସୁବିଧା ସୁଯୋଗ ମିଳି ପାରିବ ସେଇଥିପାଇଁ ଆଇନ କୁ ପରିବର୍ତ୍ତନ କରାଗଲା। ଜଣେ ଭିନ୍ନ କ୍ଷମ ମଣିଷ କୁ ମଣିଷ ଭଳି ବ୍ୟବହାର କରିବା ଉଚିତ୍ ବୋଲି ନିଜ ମତବ୍ୟକ୍ତ କରିଥିଲେ । ସେହି ପରି ଅତିରିକ୍ତ ଜିଲ୍ଲା ଓ ସେସନ୍ ଜର୍ଜ (କ୍ରାଇମ) ଶ୍ରୀଯୁକ୍ତ ସମର ବିଳାସ ବେହେରା ନିଜ ବକ୍ତବ୍ୟ ରେ କହିଥିଲେ କି ଶାରୀରିକ ଓ ମାନସିକ ଭାବରେ ଅକ୍ଷମ ମାନଙ୍କୁ ଥଟ୍ଟା ପରିହାସ ନ କରି ସେମାନଙ୍କୁ ସାହାଯ୍ୟ ସହଯୋଗ କରି ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ କରିବା ଉଚିତ୍। ଅନ୍ୟତମ ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇ ଫୁଲବାଣୀ ଫେମିଲି କୋର୍ଟ ର ବିଚାର ପତି ,ଶ୍ରୀଯୁକ୍ତ ଦେବଦତ୍ତ ଦାସ ମହାପାତ୍ର ଗଳ୍ପ ମାଧ୍ୟମ ରେ ଭିନ୍ନ କ୍ଷମ ମାନେ କିପରି ସକ୍ଷମ ତାହା ବୁଝାଇ ଥିଲେ। ଆଇନ ର ଧାରା ୩୯ କୁ ସମ୍ମାନ ଜଣାଇ ସେମାନଙ୍କୁ ସମ୍ମାନ ର ସହ ବଞ୍ଚିବାକୁ ଦେବା ଉଚିତ୍ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲା ସେସନ୍ ଜର୍ଜ ଫୁଲବାଣୀ ଶ୍ରୀ ସୈକତ ପାତ୍ର, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୌମ୍ୟା ଶୁଭ ଦର୍ଶିନି , ରେଜିଷ୍ଟର ସିଭିଲ କୋର୍ଟ ନୀତିଶ ଚଣ୍ଡ, ଏସ.ଡି.ଜି.ଏମ ଶ୍ରୀଯୁକ୍ତ ଅରିଜିତ ଦାସ ,ଡି.ଏସ.ପି ସର୍ବେଶର ବେହେରା, ବି. ପି.ଏଚ.ଓ ଗୁମାଗଡ ଶ୍ରୀମତୀ କଳ୍ପନା ଦଳାଇ , ବରିଷ୍ଟ ଆଇନ ଯିବି ବିଜୟ କୁମାର ମହାନ୍ତି ଏବଂ ଦଳ ଗୋବିନ୍ଦ ମହାରଣା ବନବାସୀ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟ କ୍ରମ କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅନୁଶୀଳା ରାୟ ପରିଚାଳନା କରି ଥିବା ବେଳେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଜୟନ୍ତୀ ଟପୋ ଧନ୍ୟବାଦ୍ ଅର୍ପଣ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରାୟ ୪୫୦ ଜଣ ଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ, ପାରାଲିଗାଲ ଭଲିଁଇଣ୍ଟର ଏବଂ ଆଇନ ସେବା ପ୍ରାଧିକରଣ ର ସମସ୍ତ ସଦସ୍ୟ ଯୋଗ ଦେଇ ଶୋଭା କାର୍ଯ୍ୟ କୁ ସାଫଲ୍ୟ ମଣ୍ଡିତ କରିଥିଲେ।
ରିପୋର୍ଟ, ରମେଶ ଚନ୍ଦ୍ର ପ୍ରଧାନ, ଫୁଲବାଣୀ
ସମ୍ପାଦକ, ଅଶ୍ୱିନୀ କୁମାର ନନ୍ଦ