ରାଜ୍ୟ
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବା ପାଇଁ ଲାଞ୍ଚ ନେବା ମାମଲା ରେ ଅଭିଯୁକ୍ତ କୁ ତିନି ବର୍ଷ ସଶ୍ରମ କାରାଦଣ୍ଡାଦେଶ
ଫୁଲବାଣୀ,୪/୧୨(ସଚେତନ ନ୍ୟୁଜ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବା ପାଇଁ ଲାଞ୍ଚ ନେବା ମାମଲାର ଶୁଣାଣି କରି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଜନୈକ ପୂର୍ବତନ ଗ୍ରାମ ରୋଜଗାର ସେବକ ଙ୍କୁ ୩ ବର୍ଷ ଜେଲଦଣ୍ଡ ଆଦେଶ ଦେଇଛନ୍ତି ଏଥିସହ ତାଙ୍କୁ ୫ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଅଧିକ ୩ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଘଣ୍ଟାପଡା ପଞ୍ଚାୟତର ତତ୍କାଳୀନ ଗ୍ରାମ ରୋଜଗାର ସେବକ ପାଣ୍ଡବ ମହଲା।
ସରକାରଙ୍କ ପକ୍ଷରୁ ମାମଲାକୁ ଭିଜିଲାନ୍ସ ପିପି ଭି.ରାମଦାସ ପରିଚାଳନା କରିଥିଲେ ।
ରିପୋର୍ଟ, ରମେଶ ଚନ୍ଦ୍ର ପ୍ରଧାନ, ଫୁଲବାଣୀ
ସମ୍ପାଦକ, ଅଶ୍ୱିନୀ କୁମାର ନନ୍ଦ