ରାଜ୍ୟ

ସାଙ୍ଗଙ୍କ ସହ ମିଶି ଭଉଣୀକୁ ଦୁଷ୍କର୍ମ ଓ ହତ୍ୟା, ଭାଇ ସମେତ ଚାରି ଗିରଫ

ଫୁଲବାଣୀ,୪/୧୨(ସଚେତନ ନ୍ୟୁଜ)
ନିଜ ରକ୍ତର ଭଉଣୀକୁ ସାଙ୍ଗମାନଙ୍କ ସହ ଜଙ୍ଗଲରେ ଗଣଦୁଷ୍କର୍ମ ଏବଂ ପରେ ଘଟଣା ଜଣାପଡ଼ିବା ଭୟରେ ତଣ୍ଟି ଚିପି ଟାଙ୍ଗିଆରେ ହାଣି ହତ୍ୟା କରି ପଥର ଖୋଲରେ ଫିଙ୍ଗିଦେଲା ଭଳି ଲଜ୍ଜାଜନକ ଘଟଣା କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅଧୀନ ଚାହାଳି ପଞ୍ଚାୟତ ଲିଆଗଡ଼ ଗ୍ରାମରେ ଘଟିଛି । ମୃତକ ଜଣକ ହେଲେ ପୁଷ୍ପାଞ୍ଜଳି ଭୋଇ (୨୫) । ତେବେ ଘଟଣାକୁ ଭିନ୍ନ ରୂପ ଦେବାକୁ ଭଉଣୀ ନିଖୋଜ ନେଇ ବଡ଼ ଭାଇ ଥାନାରେ ଅଭିଯୋଗ କରିଥିଲେ କିନ୍ତୁ ଭଉଣୀ ନିଖୋଜ ହୋଇଥିବା ଅଭିଯୋଗ କରିଥିବା ଅଭିଯୋଗକାରୀ ବଡ଼ ଭାଇ ହିଁ ଭଉଣୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ ତଦନ୍ତରୁ ପଦାକୁ ଆସିଛି । ପୋଲିସ ଏହି ଘଟଣାରେ ବଡ଼ ଭାଇ ସମେତ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି I ଗିରଫ ଅଭିଯୁକ୍ତ ମାନେ ହେଲେ ବଡ଼ ଭାଇ ପରେସ ଭୋଇ, ଟୁନା ଭୋଇ, ଚନ୍ଦ୍ରମଣି ଭୋଇ, ବିମଳା ନାୟକ ।ସୂଚନା ପ୍ରକାରେ, ଚକାପାଦ ଥାନା ଚାହାଳି ପଞ୍ଚାୟତ ଲିଆଗଡ ଗ୍ରାମର ପୁଷ୍ପାଞ୍ଜଳି ନିଜ ବାପା ଭରତଙ୍କ ସହିତ ରହୁଥିଲେ । ଘର ଠାରୁ କିଛି ଦୂରରେ ତାଙ୍କ ବଡଭାଇ ପରେଶ ଭୋଇ ତାଙ୍କ ସ୍ତ୍ରୀଙ୍କ ସହିତ ଅଲଗା ରୁହନ୍ତି I କିନ୍ତୁ ବଡ଼ ଭାଇର ନିଜ ଶାଳୀ ସହ ଅନୈତିକ ସମ୍ପର୍କ ପୁଷ୍ପାଞ୍ଜଳି ଦେଖିବା ପରେ ସେ ଏହାକୁ ବିରୋଧ କରିଥିଲେ I ଏହାକୁ ନେଇ ଉଭୟ ଭାଇ ଭଉଣୀଙ୍କ ମଧ୍ୟରେ ମନାନ୍ତର ହୋଇ ଥିଲା Iକାଳେ ଭଉଣୀ ଏହି ଘଟଣା ଚାରିଆଡେ ପ୍ରଘଟ କରିଦେବ ଭାବି ସେ ପୁଷ୍ପାଞ୍ଜଳି କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା I ଗତ ନଭେମ୍ବର ୩ ତାରିଖରେ ପୁଷ୍ପାଞ୍ଜଳି ପତ୍ର ସଂଗ୍ରହ ପାଇଁ ଗାଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ I ଏହି ସମୟରେ ପରେଶ ମଧ୍ୟ ସେହି ଜଙ୍ଗଲକୁ ଗାଈ ଚରାଇବା ପାଇଁ ଯାଇଥିଲା I ଉଭଣୀଙ୍କୁ ସେଠାରେ ଦେଖି ପ୍ରତିଶୋଧ ନେବା ପାଇଁ ଯୋଜନା କରିଥିଲା I ଏହାପରେ ସେ କିଛି ସାଙ୍ଗଙ୍କୁ ଫୋନ କରି ସେଠାକୁ ଡକାଇ ଥିଲା I ସମସ୍ତେ ମିଶି ସେଠାରେ ମଦ ପିଇବା ପରେ ପରେଶଙ୍କ ସାଙ୍ଗମାନେ ପୁଷ୍ପାଞ୍ଜଳି ଙ୍କୁ ଗଣଦୁଷ୍କର୍ମ କରିଥିଲେ I ପୁଷ୍ପାଞ୍ଜଳି ଚିତ୍କାର କରିବାରୁ ପରେଶ ତାର ତଂଟି ଚିପି ଦେଇଥିଲେ I ପୁଷ୍ପାଞ୍ଜଳି ମୂର୍ଚ୍ଛା ହେବା ପରେ ସେ ଡାଳ କାଟିବା ପାଇଁ ଆଣି ଥିବା ଟାଙ୍ଗିଆରେ ତାଙ୍କୁ ହତ୍ୟା କରିଥିଲେ I ଏହାପରେ ସମସ୍ତେ ମିଶି ମୃତଦେହକୁ ନିକଟସ୍ଥ ଏକ ପାହାଡ ଖୋଲ ଭିତରେ ପକାଇ ଦେଇ ଦେଇଥିଲେ l ଝିଅ ଘରକୁ ନ ଆସିବାରୁ ବାପା ଖୋଜାଖୋଜି କରି କୌଣସି ସନ୍ଧାନ ପାଇନଥିଲେ ।ନଭେମ୍ବର ୬ ତାରିଖ ଦିନ ମୁଖ୍ୟ ଅଭିଯୁକ୍ତ ପରେଶ ଭଉଣୀଙ୍କ ନିଖୋଜ ନେଇ ଚକାପାଦ ଥାନାରେ ଏତଲା ଦେଇଥିଲା । ଘଟଣା ପରେ ପୋଲିସ କଟଡି ଜଙ୍ଗଲରୁ ପୁଷ୍ପାଞ୍ଜଳିଙ୍କ ଗଳିତ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା I ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୁଷ୍ପାଞ୍ଜଳିଙ୍କୁ ଦୁଷ୍କର୍ମ ପରେ ହତ୍ଯା କରାଯାଇଥିବା ଜଣା ପଡିଥିଲା I

ରିପୋର୍ଟ, ରମେଶ ଚନ୍ଦ୍ର ପ୍ରଧାନ, ଫୁଲବାଣୀ
ସମ୍ପାଦକ, ଅଶ୍ୱିନୀ କୁମାର ନନ୍ଦ

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
×

Powered by WhatsApp Chat

×