ଜାଗ୍ରତ କନ୍ଧମାଳ ପକ୍ଷରୁ ଆମ୍ବେଦକରଙ୍କ ୬୭ ତମ ମହା ପରିନିର୍ବାଣ ଦିବସ ପାଳିତ
କନ୍ଧମାଳ:-୦୬/୧୨(ସଚେତନ ନ୍ୟୁଜ)
ଫୁଲବାଣୀ ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଜାଗ୍ରତ କନ୍ଧମାଳ ପକ୍ଷରୁ ଆମ୍ବେଦକରଙ୍କ ୬୭ ତମ ମହାପରିନିର୍ବାଣ ଦିବସ ପାଳିତ ହୋଇ ଯାଇଛି l ସକାଳ ୭ଘଣ୍ଟା ସମୟରେ ଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖରେ ଆମ୍ବେଦକର ଙ୍କର ଫୋଟ ଚିତ୍ରରେ ଜିଲ୍ଳା ଏସପି ଶୁଭେନ୍ଦୁ ପାତ୍ର ପୁଷ୍ପ ମାଲ୍ୟର୍ପଣ କରିଥିଲେ l ପରେ ସକାଳ ଦଶଟାରେ ବିଜୁ କଲ୍ୟାଣ ମଣ୍ଡପ ଠାରେ ସଭାପତି ଅରୁଣ ନାୟକଙ୍କ ସଭପତିତ୍ୱରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା lପ୍ରତ୍ୟେକ ବର୍ଷ ପରି ଜାଗ୍ରତ କନ୍ଧମାଳ, ଓଡ଼ିଶା ବିଶ୍ଵରତ୍ନ ଡଃ. ଭୀମ୍ରାଓ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସରେ ଏହି ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜନ କରି ସମାଜ ନିମନ୍ତେ ଉତ୍ସର୍ଗିକୃତ ମହାପୁରୁଷଙ୍କ ସ୍ମୃତିଚାରଣ ସହିତ ବିଭିନ୍ନ ବର୍ଗର ସାମାଜିକ କର୍ମିଙ୍କୁ ସମ୍ମାନିତ କରିବାର କାର୍ଯ୍ୟକ୍ରମ ଚାଲୁ ରଖିଛି । ଏଥିସହିତ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଆଧୁନିକ ଭାରତ ନିର୍ମାଣରେ ଡଃ. ଭୀମ୍ରାଓ ଆମ୍ବେଦକରଙ୍କ ଅବଦାନ ଏବଂ ତାଙ୍କ ଗୁଣ ଗାରିମା ଓ ଆଦର୍ଶ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା l ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ,ଶ୍ରମିକ ନେତା ଘନ କୁମାର ଶବର,ପୂର୍ବତନ ବ୍ଳକ ଅଧ୍ୟକ୍ଷ ବିରେନ୍ଦ୍ର କୁମାର କହଁରଙ୍କ ସମେତ ଜାଗ୍ରତ କନ୍ଧମାଳ ଓଡ଼ିଶାର ସଂଘ ସଭାପତି ଅରୁଣ ନାୟକ ,ଉପସଭାପତି, ଜାଗ୍ରତ କନ୍ଧମାଳ ର ପ୍ରତିଷ୍ଠାତା ଓ ସାଧାରଣ ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ସତ୍ୟ ନାରାୟଣ ବେହେରା, ମାଇନରୀଟି ସଭାପତି ବନମାଳୀ ଦିଗାଲ, ପଛୁଆ ବର୍ଗ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖଙ୍କ ସହ ବହୁ ବୁଦ୍ଧିଜୀବି ଉପସ୍ଥିତ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେଡ଼ଃ ସୋମନାଥ ବାଗ, ବଟକୃଷ୍ଣ ପ୍ରଧାନ,ସହକାରୀ ଜ଼ିଲ୍ଲାପାଳ ବିବେକାନନ୍ଦ ସାମଲ, ସଂମ୍ମାନୀତ ଅତିଥିଭାବେ କନ୍ଧମାଳ କୁଇସମାଜ ସମ୍ପାଦକ ଅବନୀ ଯାନୀ, ବରିଷ୍ଠ ନାଗରିକ ସଙ୍ଘ ସମ୍ପାଦକ ପଦ୍ମଚରଣ ସାହୁ, ଦଳପତି ଖଣ୍ଡାୟତ ସମାଜ ସଭାପତି ବିଭୁତି ଭୂଷଣ ଦଳପତି, କନ୍ଧ ଗୌଡ଼ ସମାଜ ସଭାପତି ପ୍ରେମାନନ୍ଦ ମାଝୀ, ଜାଗ୍ରତ କନ୍ଧମାଳ ଓଡିଶାର ଉପଦେଷ୍ଟା ଶ୍ଵେତାବନ ପୂଜାରୀ, ଆଇନ ପରାମର୍ଶଦାତା ଆଦିତ୍ୟ ପ୍ରସାଦ ତ୍ରିପାଠୀ, ଅନ୍ୟତମ ଉପଦେଷ୍ଟା ସାମ୍ବାଦିକ ସୁନୀଲ ବିଶ୍ୱାଳ, ଡ଼ଃ ସୂର୍ଯ୍ୟ ନାରାୟଣ ବେହେରା ଏବଂ ବୌଦ୍ଧ ଜ଼ିଲ୍ଲା ଅନୁସୂଚିତ ଜାତି ସଭାପତି ଦଶରଥ ବେହେରା, ନୟାଗଡ ଜ଼ିଲ୍ଲା କନ୍ଧ ଗୌଡ଼ ସଭାପତି ଭଗବାନ ଭୋଇ, ଗଞ୍ଜାମ ଜ଼ିଲ୍ଲା ରୁ ଶିବରାମ ପଧାନ, ବୌଦ୍ଧ ଜ଼ିଲ୍ଲା ଜାଗ୍ରତ କନ୍ଧମାଳ ନାରୀନେତ୍ରୀ ଚନ୍ଦ୍ରିକା ପଧାନ, କୃଷ୍ଣା ନାୟକ, କନ୍ଧମାଳ ଜ଼ିଲ୍ଲା ଯୁବ ସଭାପତି ଅମ୍ବୁଜ ବେହେରା, ଓ ଜାଗ୍ରତ କନ୍ଧମାଳ ର ବହୁ କାର୍ଯ୍ୟକର୍ତା ଅଂଶ ଗ୍ରହଣ କରିଥିଲେ. ସଂଗଠନ ତରଫରୁ କେ ବି ହିଷ୍ଟ ବିଜ୍ଞାନ କଲେଜ ର ପ୍ରତିଷ୍ଠାତା ଅନିଲ କୁମାର ଚୌଧୁରୀ, ସ୍ୱାମୀ ଚିଦାନନ୍ଦ ସ୍କଲ ଫୁଲବାଣୀ ନିର୍ଦ୍ଦେଶକ କିଶୋର ପଧାନଙ୍କୁ ଶିକ୍ଷା ନିମନ୍ତେ ସମ୍ବର୍ଦ୍ଧନା କରାଯାଇଥିବା ବେଳେ ସମାଜ ସେବା ନିମନ୍ତେ ବୁଲୁ ମଳିକ, କଳା ସଂସ୍କୃତି ନିମନ୍ତେ ସନ୍ତୋଷ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ସମସ୍ତ କାର୍ଯ୍ୟକ୍ରମକୁ ରଂଜିତ ବେହେରା, ବସନ୍ତ ସାହାଣୀ, ରଂଜିତା ବେହେରା, ସାନ୍ଧ୍ୟରାଣୀ ପଟ୍ଟନାୟକ, ମେନକା ଅର୍ଜଲୀ, ମିଥୁନ ନାୟକ, ସୋମନାଥ ନାୟକ, ସହଯୋଗ କରିଥିଲେ l ମଞ୍ଚକୁ ସାମ୍ବାଦିକ ଅଶୋକ ମହାନ୍ତି ପରିଚାଳନା କରିଥିଲା ବେଳେ ସଭାକୁ ରମେଶ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l
ରିପୋର୍ଟ, ରମେଶ ଚନ୍ଦ୍ର ପ୍ରଧାନ, ଫୁଲବାଣୀ
ସମ୍ପାଦକ, ଅଶ୍ୱିନୀ କୁମାର ନନ୍ଦ