ରାଜ୍ୟ

ଯୁବ ଓଡ଼ିଶା ,ନବୀନ ଓଡ଼ିଶା (ନୂଆ – ଓ) ସରକାରୀ ବହୁବୃତ୍ତି ବୈଷୟିକ କଲେଜ ପରିସର ମଧ୍ୟ ରେ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ତା- ୧୨.୧୨.୨୦୨୩
କନ୍ଧମାଳ(ସଚେତନ ନ୍ୟୁଜ)
ଫୁଲବାଣୀ ସ୍ଥିତ ସରକାରୀ ବହୁବୃତ୍ତି ବୈଷୟିକ ଶିକ୍ଷାନୁଷ୍ଠାନ ପରିସର ମଧ୍ୟରେ ନୂତନ ଉନ୍ନତ ଅଭିଳାଷା(ନୂଆ-ଓ) ଯୁବ ଓଡ଼ିଶା, ନବାନ ଓଡ଼ିଶା ଅଧୀନରେ ଆଜି ଠାରୁ ଆରମ୍ଭ ହେବାକୁ ଥିବା କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମାନ୍ୟବର ଫୁଲବାଣୀ ବିଧାୟକ ଶ୍ରୀ ଅଙ୍ଗଦ କହଁର କହିଲେ, ଯୁବ ଗୋଷ୍ଠୀର ସଶକ୍ତିକରଣ ନିମନ୍ତେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନେଇଥିବା ଏହି ପଦକ୍ଷେପ ସ୍ବାଗତଯୋଗ୍ୟ। ସେମାନେ ପାଠ ପଢ଼ିବା ସହିତ କ୍ରୀଡ଼ା, ସାସ୍କୃତିକ କାର୍ଯ୍ୟକ୍ରମ ଏବଂ ସାମାଜିକ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିପାରିବେ । ଜିଲ୍ଲା ଦକ୍ଷତା ବିକାଶ -ତଥା- ନିୟୋଜନ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ମହାପାତ୍ର କହିଲେ, ଏହି ନୂତନ ଉନ୍ନତ ଅଭିଳଷା(ନୂଆ-ଓ) ଅଧୀନରେ ଓଡ଼ିଶା ସରକାର ଦକ୍ଷତା ବୃଦ୍ଧି ପାଇଁ କେତେଗୁଡ଼ିଏ ପ୍ରକଳ୍ପ ହାତକୁ ନେଇଛନ୍ତି । ସେଥୁରୁ ଗୋଟିଏ ପ୍ରକଳ୍ପ ଏହି ଜିଲ୍ଲାରେ କାର୍ଯ୍ୟକାରୀ କରାଯାଇଛି। କନ୍ଧମାଳ ଜିଲ୍ଲାରେ ୨୪୦ ଜଣ ଛାତ୍ରଛାତ୍ରୀଙ୍କୁ ଗାୟତ୍ରୀ ଚାରିଟେବଲ୍ ଓ ଏଜୁକେସନାଲ ଟ୍ରଷ୍ଟ ଦ୍ଵାରା ସୋଲାର ପାନେଲ୍‌ ଇନ୍‌ଷ୍ଟାଲେସନ୍ ଟେକ୍‌ନିସିଆନ୍ ଟ୍ରେଡ୍ ପାଇଁ ତାଲିମ ପ୍ରଦାନ କରିବା ଉଦ୍ଦେଶ୍ୟରେ କାଉନ୍‌ସିଲିଙ୍ଗ୍ ହୋଇସାରିଛି । ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଦକ୍ଷତା ବିକାଶ କେନ୍ଦ୍ର ଗୁଡ଼ିକରେ ବର୍ଷତମାମ ସ୍ଥାନୀୟ ଯୁବକ ଯୁବତୀମାନଙ୍କ ନିମନ୍ତେ ବିକେନ୍ଦ୍ରୀକରଣ ସ୍କୁଲ କାର୍ଯ୍ୟକ୍ରମ କରାଯିବ । ସେହିପରି ଛାତ୍ରୀମାନଙ୍କୁ ସଶକ୍ତ ତଥା ନେତୃତ୍ବ କୌଶଳର ଅଭିବୃଦ୍ଧି ନିମନ୍ତେ ମଧ୍ୟ ପାଠ୍ୟକ୍ରମର ବ୍ୟବସ୍ଥା କରାଯାଇଛି। ଫୁଲବାଣୀ ସ୍ଥିତ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ କହିଲେ, ନୂତନ ଉନ୍ନତ ଅଭିଳାଷା(ନୂଆ-ଓ) ଯୁବ ଓଡ଼ିଶା,ନବୀନ ଓଡ଼ିଶା ଅଧିନରେ ପ୍ରତିବର୍ଷ ରାଜ୍ୟର ୨୦ହଜାର ଆଇ.ଟି.ଆଇ. ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏନ୍.ଆଇ.ଓ.ଏସ୍. ସହିତ ଚୁକ୍ତି ସ୍ବାକ୍ଷରିତ ହୋଇଛି ଯାହା ଫଳରେ ସେମାନେ ଆଇ.ଟି.ଆଇ. ସାର୍ଟିଫିକେଟ୍ ସହିତ ଏନ୍.ଆଇ.ଓ.ଏସ୍. ଦ୍ଵାଦଶ ଶ୍ରେଣୀ ପାସ୍‌ ସାର୍ଟିଫିକେଟ୍ ପାଇପାରିବେ। ମାଇକ୍ରୋସଫ୍ଟ, ଆଇ.ବି.ଏମ୍. ଭଳି କେତେଗୁଡ଼ିଏ ପ୍ରତିଷ୍ଠିତ କମ୍ପାନୀ ଦ୍ଵାରା ପ୍ରତ୍ୟେକ ବର୍ଷ ଓଡ଼ିଶାର ଏକ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ୍ ପାଠ୍ୟକ୍ରମର ସୁଯୋଗ ଦିଆଯିବ। ଯୁବପିଢ଼ିଙ୍କୁ ରୋଜଗାରକ୍ଷମ କରିବା ପାଇଁ ରେଗୁଲାର ଆଇ.ଟି.ଆଈ. ପାଠ୍ୟକ୍ରମ ସହିତ ନୂତନ ସନ୍ମ ମିଆଦୀ ପାଠ୍ୟକ୍ରମର ବ୍ୟବସ୍ଥା କରାଯାଇଛି ଯେଉଁଥିରେ ବାର୍ଷିକ ୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ । କନ୍ଧମାଳ ଜିଲ୍ଲାରେ ବୈଷୟିକ ଶିକ୍ଷା ପ୍ରତି ଝିଅମାନଙ୍କର ଆଗ୍ରହ ବୃଦ୍ଧିପାଇବାରେ ଲାଗିଛି ଯାହା ଜିଲ୍ଲା ପାଇଁ ଶୁଭ ସଂଙ୍କେତ ବୋଲି କୁହାଯିବ । ସରକାରୀ ବହୁବୃତ୍ତି ବୈଷୟିକ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଶ୍ରୀକାନ୍ତ ସାହୁ ତାଙ୍କ ପ୍ରାରମ୍ଭିକ ସଂଭାଷଣରେ କହିଲେ, ନୂଆ-ଓ ଯୁବ ଓଡ଼ିଶା, ନଚୀନ ଓଡ଼ିଶା ଏଭଳି ଏକ କାର୍ଯ୍ୟକ୍ରମ ଯାହା ଯୁବ ଗୋଷ୍ଠୀର ସଶକ୍ତାକରଣ ପାଇଁ ସହାୟତା ହୋଇପାରିବ । ଯୁବଶକ୍ତିର ସଶକ୍ତିକରଣ ତଥା ଲକ୍କାୟିତ ପ୍ରତିଭାର ଅନ୍ଵେଷଣ ନିମନ୍ତେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କର ଏହା ଏକ ନିଆରା ପଦକ୍ଷେପ ବୋଲି କୁହାଯିବ । ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ପ୍ରତ୍ୟେକ ମହାବିଦ୍ୟାଳୟ ସ୍ତରରେ ଉଚ୍ଚ ମାଧ୍ୟମିକ(+୨) ଏବଂ ସ୍ନାତକ ଯୁବଗୋଷ୍ଠୀଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ, କ୍ରୀଡ଼ା ପ୍ରତିଯୋଗିତା, ସାମାଜିକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ସହିତ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଉଛି ଏବଂ ଗ୍ରାମାଞ୍ଚଳ ପ୍ରତିଭା ଅନ୍ଵେଷଣ ନିମନ୍ତେ ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ସ୍ତରୀୟ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ବୋଲି ଶ୍ରୀ ସାହୁ କହିଥିଲେ । ଗଣିତ ଓ ବିଜ୍ଞାନ ବିଭାଗ ମୁଖ୍ୟ ଶ୍ରୀମତୀ ପ୍ରତିଭା ପାତ୍ର ସରକାରୀ ବହୁବୃତ୍ତି ଶିକ୍ଷାନୁଷ୍ଠାନର ସଫଳତା ଏବଂ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଆୟୋଜନ ହେବାକୁ ଯାଉଥିବା କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଅନୁଷ୍ଠାନର ପ୍ରଶିକ୍ଷଣ ଓ ନିଯୁକ୍ତି ଅଧୀକ୍ଷକ ଶ୍ରୀ ବି.ଏନ୍. ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିବାବେଳେ, ଶ୍ରୀମତା ତୃପ୍ତି ମହାନ୍ତି ସଭା ପରିଚାଳନା କରିଥିଲେ । ଏହି ବୈଠକରେ ଇଞ୍ଜିନିୟରି ବିଭାଗ ମୁଖ୍ୟ ଶ୍ରୀ ପି.ଆର୍. ସାମନ୍ତରାୟଙ୍କ ସମେତ ଅନୁଷ୍ଠାନର ଛାତ୍ରଛାତ୍ରୀ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗଦେଇଥିଲେ।

ରିପୋର୍ଟ, ରମେଶ ଚନ୍ଦ୍ର ପ୍ରଧାନ, ଫୁଲବାଣୀ
ସମ୍ପାଦକ, ଅଶ୍ୱିନୀ କୁମାର ନନ୍ଦ

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
×

Powered by WhatsApp Chat

×