ଫିରିଙ୍ଗିଆ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ
ଫିରିଙ୍ଗିଆ:-୨୦/୧୨(ସଚେତନ ନ୍ୟୁଜ)
ଫିରିଙ୍ଗିଆ ବ୍ଲକ ବନାଞ୍ଚଳ କାର୍ଯ୍ୟାଳୟ ରେ ବୁଧବାର ଦିନ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି।ଓଡ଼ିଶା ସରକାରୀ ଜଙ୍ଗଲ ଜମି ଅଧିକାରୀ ଆଇନ ଏବଂ ସଂଶୋଧିତ ଆଇନ ଅନୁଯାୟୀ ଜଙ୍ଗଲ ମଧ୍ୟରେ ବସବାସ କରି ଜୀବନ – ଜୀବିକା ନିର୍ବାହ କରୁଥିବା ଆଦିବାସୀ ମାନଙ୍କୁ ୧୫୩ ଗୋଟି ଶିରୋନାମା ୫୬ ଜଣ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରାଯାଇଛି।ଏଥି ମଧ୍ୟରୁ ବାଘନଦୀ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ୧୦ ଗୋଟି ଶିରୋନାମା , କିଆମୁଣ୍ଡା ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ୨ଗୋଟି ଶିରୋନାମା ଓ ଗୋଷ୍ଠିଗତ ଜଙ୍ଗଲ ଆଇନ ଅଧିକାର ବଳରେ ବନ୍ଧଗଡ ‘କ ‘ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ୧ଗୋଟି ଶିରୋନାମା ବଣ୍ଟନ କରାଯାଇଛି।କାର୍ଯ୍ୟକ୍ରମରେ ଅଥିତି ଭାବରେ ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ , ସମ୍ମାନିତ ଅଥିତି ସହକାରୀ ବନ ସରକ୍ଷିକ ମଳୟ ରଞ୍ଜନ କାଲୋ ଉପସ୍ଥିତ ଥିଲେ ଓ ଫିରିଙ୍ଗିଆ ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର କୁମାର ପାତ୍ର ଙ୍କ ଉପସ୍ଥିତିରେ ହିତାଧିକାରୀଙ୍କୁ ବନଖଣ୍ଡ ଅଧିକାରୀ ପଟ୍ଟା ପ୍ରଦାନ କରିଥିଲେ।
ରିପୋର୍ଟ,ମହାଦେବ ସାହୁ,ଫିରିଙ୍ଗିଆ
ସମ୍ପାଦକ, ଅଶ୍ୱିନୀ କୁମାର ନନ୍ଦ