ବଲିଉଡଯୁବକରାଜନୀତିରାଜ୍ୟଶୀର୍ଷ ଖବରଶୁଭ ସକାଳ ଖବର |ସମ୍ପାଦକୀୟସ୍ତ୍ରୀ

ସନ୍ଥକବି ଭୀମଭୋଇଙ୍କ ସମାଧିପୀଠକୁ ଜାତୀୟ ସ୍ମାରକୀ ଘୋଷଣା ସହ ଏକ ଗବେଷଣାକେନ୍ଦ୍ରର ପ୍ରତିଷ୍ଠା ଓ ଜିଲ୍ଲା କୁ ଦ୍ୱିତୀୟ ରେଳପଥ ନିର୍ମାଣ ପାଇଁ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଚିଠି ଲେଖିଲା ସଚେତନ ନାଗରିକ ମଞ୍ଚ

ସୁବର୍ଣ୍ଣପୁର(ସଚେତନ ନ୍ୟୁଜ)ଏବେ ସନ୍ଥକବି ଭୀମଭୋଇଙ୍କ ବିଷୟରେ ବିଶ୍ୱବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଅଧ୍ୟୟନ କରିବେ ଯଦ୍ବାରା କବିଙ୍କ ଲୁକ୍କାୟିତ ହୋଇ ଯାଉଥିବା ତାଙ୍କର ମହତ୍ କାଂକ୍ଷୀ ବାଣୀ ନିଶ୍ଚୟ ଯୁବସମାଜଙ୍କୁ ଆଗକୁ ବଢିବାକୁ ଏକ ପ୍ରେରଣା ଦାୟକ ହେବ।ଯାହାକି ବର୍ତ୍ତମାନର ଅବକ୍ଷୟମୁଖି ସମାଜ ସକାଶେ ଆବଶ୍ୟକତା କରେ
“ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ
ଦେଖୁ ଦେଖୁ କେବା ସହୁ” ।
“ମୋ ଜୀବନ ପଛେ ନର୍କେ ପଡ଼ିଥାଉ
ଜଗତ ଉଦ୍ଧାର ହେଉ” ଭଳି କାଳଜୟୀ ସ୍ରଷ୍ଟା
ଙ୍କ ଲେଖାସବୁକୁ ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ବିଭାଗର ମନ୍ତ୍ରୀ ହେବା ପରେ ତାଙ୍କରି ପ୍ରଚେଷ୍ଟାରେ ବର୍ତ୍ତମାନ
ସନ୍ଥକବି ଭୀମଭୋଇଙ୍କ ବାଣୀକୁ ବିଶ୍ୱବିଦ୍ୟାଳୟ ସ୍ତରରେ ପ୍ରଚଳନ କରି କବିଙ୍କ ବିଚାରଧାରକୁ ବିଶ୍ୱ ସ୍ତର ପର୍ଯ୍ୟନ୍ତ ଗୁଞ୍ଜରିତ ହେଉବୋଲି କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ଯାହା ଆପଣାଇଛନ୍ତି ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ମଧ୍ୟ ସଚେତନ ନାଗରିକ ମଞ୍ଚ ପ୍ରକାଶ କରିଛି।
ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ସାଧୁବାଦ ଓ ଧନ୍ୟବାଦ ଜଣାଇଛନ୍ତି ସଚେତନ ନାଗରିକ ମଞ୍ଚକର୍ମକର୍ତ୍ତା ପତ୍ର ମାଧ୍ୟମରେ ନିବେଦନ ମଧ୍ୟ କରିଛନ୍ତିଓ ସେଠାରେ ଏକ ଗବେଷଣା କେନ୍ଦ୍ରପ୍ରତିଷ୍ଠା ସହ ସୁବର୍ଣ୍ଣପୁର ଜିଲ୍ଲା ଦେଇ ଦ୍ୱିତୀୟ ରେଳପଥ ନିର୍ମାଣ ସକାଶେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ଯାହାକି ସନ୍ଥକବି ଭୀମଭୋଇ ଙ୍କ ପାଇଁ ଏହାହିଁ ହେବ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ ବୋଲି ମଧ୍ୟ ସଚେତନ ନାଗରିକ ମଞ୍ଚର ସଭାପତି ସିତାଂଶୁ ଶେଖର ମିଶ୍ର ମତ ବ୍ୟକ୍ତ କରିଛନ୍ତି।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
×

Powered by WhatsApp Chat

×