ରାଜ୍ୟଶୁଭ ସକାଳ ଖବର |

ମରଣ ମୁଖରୁ ବଞ୍ଚିଲେ ଶତାଧିକ ଗାଈ ଗୋରୁ

ବୌଦ୍ଧ(ସଚେତନ ନ୍ୟୁଜ)
ଚଳିତ ବର୍ଷ ହୀରାକୁଦ ଡ୍ୟାମ ୨୩ ତାରିଖ ରେ ତାର ପ୍ରଥମ ବନ୍ୟା ଜଳ ନିଷ୍କାସନ କରିଛି l ଏନେଇ ପୂର୍ବରୁ ନଦୀ କୁଳିଆ ଅଞ୍ଚଳ ବାସୀଙ୍କୁ ସତର୍କ ସୂଚନା ଦେବାସହ ସ୍ଥନୀୟ ପ୍ରଶାସନ କୁ ତତ୍ପର ରହିବାକୁ କୁହାଯାଇଛି l କିନ୍ତୁ ପ୍ରକୃତ ପକ୍ଷେ ଦେଖିବାକୁ ଗଲେ ମହାନଦୀ କୂଳିଆ ଜନବସତି ଙ୍କ ପାଇଁ ପ୍ରଶାସନ ର ସଚେତନତା ବାର୍ତ୍ତା ପହଁଚି ପାରୁନଥିବା ବେଳେ ତାର ଏକ ବାସ୍ତବ ଚିତ୍ର ହିଁ ବୟାନ କରୁଛି l ସୂଚନା ଥାଉକି ମହାନଦୀ ର ତଳିଆ ଅଂଚଳ ହରଭଙ୍ଗା ବ୍ଲକ ରେ ଏହି ଡ୍ୟାମ ପାଣି ବିଳମ୍ବ ରେ ପହଁଚି ଥିବା ବେଳେ ମହାନଦୀ ଧୀରେ ଧୀରେ ଫୁଲିବାରେ ଲାଗିଥିଲା l ମହାନଦୀ କୂଳ ରେ ଅବସ୍ଥିତ ଧଲପୁର ପଞ୍ଚାୟତ ର ଖରସଙ୍କୁଲେlଈ, ସାକୁସିଙ୍ଗା ଗ୍ରାମ ର ଗାଇ ଗୁଡିକୁ ଗାଈ ଚରାଇବାକୁ ନେଇଥିବା ବେଳେ ଗାଈ ମାନେ ପାଣି ପିଇବା ଆଶାରେ ନଦୀ ଭିତରକୁ ଚାଲି ଆସିଥିଲେ l ଠିକ ଏହି ସମୟ ରେ ନଦୀ ରେ ପାଣି ବଢ଼ି ଆସିଥିବା ବେଳେ ଗାଈ ଗୁଡିକ ପାଣି ଘେର ରେ ରହିଯାଇଥିଲେ l ସ୍ଥାନୀୟ ଲୋକେ ଡ଼ଙ୍ଗା ସାହାର୍ଯ୍ୟ ରେ ଶତାଧିକ ଗାଈ ଙ୍କୁ ପାଣି ଘେରରୁ ବାହାରକୁ ଆଣିଥିଲେ! ଅଳ୍ପକେ ମରଣ ମୁଖରୁ ଗାଈ ପଲ ରକ୍ଷା ପାଇଯାଇଥବା ଅଂଚଳ ରେ ଚର୍ଚ୍ଚା ର ବିଷୟ ହୋଇଛି ଓ ଅନ୍ୟ ପଟେ ପ୍ରଶାସନ ସତର୍କତା ବାର୍ତ୍ତା ଦେଇନ ଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି l

ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ
ସମ୍ପାଦକ, ଅଶ୍ୱିନୀ କୁମାର ନନ୍ଦ

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
×

Powered by WhatsApp Chat

×