ଶିଶୁସୁରକ୍ଷା ବିଶେଷଜ୍ଞ କମିଟି ର ସୋନପୁର ଉପକାରାଗାର ପରିଦର୍ଶନ
ସୁବର୍ଣ୍ଣପୁର(ସଚେତନ ନ୍ୟୁଜ)ଓଡ଼ିଶା ସରକାରଙ୍କ ଗୃହ ବିଭାଗ ଦ୍ଵାରା ମନୋନୀତ ବିଶେଷଜ୍ଞ କମିଟି ( ଶିଶୁ ସୁରକ୍ଷା ) ଓ ସୁବର୍ଣ୍ଣପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଜି ସୋନପୁର ଉପକାରାଗାର ପରିଦର୍ଶନ କରିଛନ୍ତି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦିକା କୁମଦିନୀ ମୁଦୁଲି ଙ୍କ ତତ୍ତ୍ଵାବଧାନରେ କମିଟି ର ପ୍ରଫେସର୍ ନିଲାମ୍ୱର ଶତପଥୀ, ରାଜୀବ ଲୋଚନ ଗୁରୁ, ହେମନ୍ତ କୁମାର ସା ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର ଆଇନ ଅଧିକାରୀ କେଶବ ଚନ୍ଦ୍ର ମେହେର ପ୍ରମୁଖ ଉକ୍ତ କାରାଗାର କୁ ପରିଦର୍ଶନ କରିଥିଲେ। ଏହି ଅବସରରେ କମିଟି ପକ୍ଷରୁ କାରାଗାର ର ଅନ୍ତେବାସୀ ଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିବା ସହିତ ଆଇନ ସହିତ ଦ୍ଵନ୍ଦ ରେ ଥିବା ଶିଶୁ ଚିହ୍ନଟ କରିଥିଲେ। କିନ୍ତୁ ଏଥିରେ କୌଣସି ଆଇନ ସହ ଦ୍ଵନ୍ଦ ରେ ଥିବା ଶିଶୁ ପାଇ ନ ଥିଲେ। ଉକ୍ତ ପରିଦର୍ଶନ ସମୟରେ ଉପକାରାଗାର ର ଅଧ୍ୟକ୍ଷ ଡିଲେଶ୍ୱର ଜେନା ସହଯୋଗ କରିଥିଲେ ।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
ସମ୍ପାଦକ, ଅଶ୍ୱିନୀ କୁମାର ନନ୍ଦ