ପଞ୍ଚରଥ ମନ୍ଦିରରେ ପଶିଲା ନର୍ଦ୍ଦମା ପାଣି,ଭକ୍ତ ଅଶାନ୍ତ
ସୁବର୍ଣ୍ଣପୁର(ସଚେତନ ନ୍ୟୁଜ) ଯେଉଁଠି ଦେବା ଦେବୀ ସୁରକ୍ଷିତ ନୁହନ୍ତି ସେଇଠି ସାଧାରଣ ଲୋକଙ୍କୁ ପଚାରେ କିଏ? ସୁବର୍ଣ୍ଣପୁର ର ପ୍ରାଣ କେନ୍ଦ୍ର କୁହାଯାଉଥିବା ବସଷ୍ଟାଣ୍ଡ ପାଖ ପଞ୍ଚରଥ ମନ୍ଦିର ଶୈବ ପୀଠ ର ଗେଟ ରେ ଗତକାଲି ଶ୍ରାବଣ ସୋମବାର ରେ ଡ୍ରେନ ପାଣି ପଶି ଥିବାରୁ ପ୍ରଭୁ ଙ୍କ ଉପର ବେଳl ନୀତି କlନ୍ତି ବନ୍ଦ ହୋଇ ଯାଇଥିବା ଜଣାପଡିଛି l ଦୀର୍ଘ ଦିନ ରୁ ମନ୍ଦିର ର ଅନେକ ଅଭିଯୋଗ ହେବା ସତ୍ତ୍ୱେ ପୌର ତଥା ଜ଼ିଲ୍ଲା ପ୍ରଶାସନ ଆଦୌ କର୍ଣ୍ଣପାତ କରୁ ନ ଥିବାରୁ ସହର ର ବୁଦ୍ଧିଜୀବୀ ଓ ଭକ୍ତ ଶ୍ରଦ୍ଧାଳୁ ଙ୍କ ମଧ୍ୟ ରେ ଘୋର ଆସନ୍ତୋଷ ସୃଷ୍ଟି ହୋଇଛି l ଏ ଘଟଣା ରେ ବାହାରୁ ଆସିଥିବା କିଛି ପର୍ଯ୍ୟଟକ ଦେଖି ସ୍ଥାନୀୟ ପ୍ରଶାସନ କୁ ନିନ୍ଦା କରିଛନ୍ତି lପ୍ରକାଶଯୋଗ୍ୟଯେ ଏହି ମନ୍ଦିର ଟି ବହୁ ବର୍ଷ ଆଗରୁ ସ୍ଥାନୀୟ ପୈ।ର ପ୍ରଶାସନ ର ତତ୍ତ୍ଵ।ବଧାନ ରେ ରହି ଆସିଛି। ତେଣୁ ମନ୍ଦିର ଚତୁର୍ପାଶ୍ଵରେ ଥିବା ସମସ୍ତ ଷ୍ଟଲ ମାନଙ୍କରୁ ପୌର ପ୍ରଶାସନ ଭଡା ଆଦାୟ କରିଥାଏ l ହେଲେ ମନ୍ଦିରକୁ କେବେଧ୍ୟାନ ଦେଇନଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି l ଏହି ପଞ୍ଚରଥ ମନ୍ଦିର ପ୍ରତି ପୌର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦୃଢ ଦାବୀ ହେଉଛି l
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
ସମ୍ପାଦକ, ଅଶ୍ୱିନୀ କୁମାର ନନ୍ଦ