ତା.୧୦.୧୦.୨୦୨୩
ସୁବର୍ଣ୍ଣପୁର(ସଚେତନ ନ୍ୟୁଜ) ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ଗ୍ରାମ ପଂଚାୟତର ଫବସିପାଲି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଗାଁକୁ ରାସ୍ତା ନଥିବାରୁ ଖଟିଆରେ ବିଲ ହିଡ ଦେଇ ଜଣେ ପ୍ରସୂତି ମହିଳାଙ୍କୁ ଡାକ୍ତରଖାନାକୁ ଅଣାଯାଉଥିଲା । ତେବେ ପ୍ରସବ ବେଦନା ସହି ନପାରି ବିଲ ହିଡରେ ମହିଳା ଜଣକ ପ୍ରସବ କରିଥିବା ସୁଚନା ମିଳିଛି । ଆଜି ଫବସିପାଲି ଗାଁର ଫିରୋଜ ମିର୍ଦ୍ଧାଙ୍କ ପତ୍ନୀ ଗୋଲାପି ମିର୍ଦ୍ଧାଙ୍କ ପ୍ରସବ ବେଦନା ହୋଇଥିଲା । ପରିବାର ଲୋକ ଡାକ୍ତରଖାନାକୁ ନେବା ପାଇଁ ୧୦୨ ଆମ୍ବୁଲାନ୍ସକୁ ଫୋନ ଯୋଗେ ଜଣାଇଥିଲେ । ତେବେ ଗାଁକୁ ସବୁଦିନିଆ ରାସ୍ତା ନଥିବାରୁ ଗାଁକୁ ଅମ୍ବୁଲାନ୍ସ ଯାଇ ପାରି ନଥିଲା । ଫଳରେ ପରିବାର ଲୋକ ବିଲ ହିଡ ଦେଇ ପ୍ରାୟ ଦୁଇ କିଲୋମିଟର ଦୂର ଏକ ଖଟିଆ ଯୋଗେ ପ୍ରସୂତି ମହିଳାଙ୍କୁ ଆଣୁଥିଲେ । ହେଲେ ଅଧା ବାଟରେ ମହିଳା ଜଣକ ପ୍ରସବ ବେଦନା ବଢିବାରୁ ସେ ବିଲ ହିଡରେ ପ୍ରସବ କରିଥିଲେ । ଏହି ଗାଁକୁ ରାସ୍ତା ନଥିବାରୁ ଖରା ବର୍ଷା ଶୀତ ସବୁଦିନ ବିଲ ହିଡ ଦେଇ ଯାତାୟତ କରନ୍ତି ଗ୍ରାମବାସୀ । ଏନେଇ ବିଭିୁନ୍ନ ସମୟରେ ନେତା ମନ୍ତ୍ରୀଠୁ ଆରମ୍ଭ କରି ପ୍ରଶାସନକୁ ଜଣାଇଥିଲେ ହେଁ ରାସ୍ତା ଖଣ୍ଡେ ହୋଇ ପାରୁ ନାହିଁ । ଏ ନେଇ ପୁର୍ବରୁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମଧ୍ୟ କିଛି ଲାଭ ହୋଇ ନଥିଲା ।ତେବେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଥିବା ଘଟଣା ଜାଣି ବ୍ଲକ ପ୍ରଶାସନ ଏଥିପ୍ରତି ତତ୍ପରତା ଦେଖାଇବ ବୋଲି ଅଶା କରାଯାଉଛି । ଏହି ଉପାନ୍ତ ବହଳପଦର ପଂଚାୟତ ର ଏହି ଫବସିପାଲି କୁ ରାସ୍ତା ନ ଥିବା ଫଳରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଚର୍ଚ୍ଚା ହେଉଛି ।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
ସମ୍ପାଦକ, ଅଶ୍ୱିନୀ କୁମାର ନନ୍ଦ