ଶୀର୍ଷ ଖବର

ମାଟିତଳୁ ବାହାରିଲା ପୁରାତନ ଶିବଲିଙ୍ଗ I ଲିଙ୍ଗ ଦର୍ଶନ ପାଇଁ ଛୁଟୁଛି ଭକ୍ତଙ୍କ ସୁଅ I ପୂଜା ଅର୍ଚନା କରି ଲିଙ୍ଗ କୁ ପ୍ରତିଷ୍ଠା କଲେ ଗ୍ରାମବାସୀ

ତା.୦୨.୧୧.୨୦୨୩
ଫୁଲବାଣୀ(ସଚେତନ ନ୍ୟୁଜ)
ପ୍ରଥମେ ପୂଜକଙ୍କୁ ହେଲା ସ୍ୱପ୍ନାଦେଶ I ପରେ ମାଟି ଖୋଲିଲା ପରେ ମାଟିତଳୁ ବାହାରିଲା ଏକ ବିରାଟ ଶିବ ଲିଙ୍ଗ I ତାପରେ ଶିବ ଲିଙ୍ଗ ଦର୍ଶନ ପାଇଁ ଛୁଟୁଛି ଭକ୍ତ ଙ୍କ ସୁଅ I ଏମିତି ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ଗାଁ ରେ I ଗାଁ ରେ ଥିବା ତ୍ରିନାଥ ଦେବ ଙ୍କ ମନ୍ଦିର ପ୍ରାଙ୍ଗଣ ରେ ଥିବା ଏକ ଆମ୍ବ ଗଛ ତଲୁ ଗ୍ରାମବାସୀ ମାଟି ଖୋଲି ଏହି ଶିବଲିଙ୍ଗ ଟିକୁ ଆବିଷ୍କାର କରିଛନ୍ତି I ସୂଚନା ଅନୁସାରେ ଏହି କ୍ରାଣ୍ଡିବାଲି ଗାଁ ରେ ପ୍ରାୟ ୫୦ ବର୍ଷ ରୁ ଅଧିକ ସମୟ ଧରି ତ୍ରିନାଥ ଠାକୁର ପୂଜା ପାଇଁ ଆସୁଛନ୍ତି I ପ୍ରତ୍ବେକ ରବିବାର ଦିନ ପରି ଗତ ରବିବାର ଦିନ ମଧ୍ୟ୍ୟ ତ୍ରିନାଥ ମନ୍ଦିର ର ପୂଜକ ତ୍ରିନାଥ ଦଶମୁଲ ମିଶ୍ର ପୂଜା ସାରି ମନ୍ଦିର ଭିତରେ ସୋଇଥିଲେ I ଶୋଇବା ସମୟରେ ପୂଜକଙ୍କୁ ସ୍ୱୟଂ ଭଗବାନ ଶିବ ସ୍ୱପ୍ନରେ ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ଏକ ଆମ୍ବ ଗଛ ମୂଳରେ ଆବିର୍ଭାବ ହେବା କଥା କହିବା ସହ ମାଟିତଳୁ ତାଙ୍କୁ ବାହାର କରି ପୂଜାଅର୍ଚନା କରିବା ପାଇଁ ନିର୍ଦେଶ ଦେଇଥିଲେ I ଆଗରୁ ମଧ୍ୟ ପୂଜକ ଙ୍କୁ ଏମିତି ସ୍ବପ୍ନଦେଶ ମିଳିଥିବା ପୂଜକ ଜଣକ କହିଥିବା ବେଳେ ମନ୍ଦିର ପାର୍ଶ୍ୱରେ ରହୁଥିବା ଜମ୍ବେଶ୍ୱର ଡିଗାଲ ନାମକ ଜଣେ ବ୍ୟକ୍ତି ମଧ୍ୟ୍ୟ ଉକ୍ତ ଅମ୍ବାଗଛ ରୁ ବାରମ୍ବାର ଏକ ଜ୍ୟୋତି ବାହାରି ଶୂନ୍ୟ ଆକାଶରେ ମିଳେଇ ଯାଉଥିବା ଦେଖିବାକୁ ପାଇଥିବା ସୂଚନା ମିଳିଛି I ତେବେ ସୋମବାର ସକାଳୁ ପୂଜକ ଜଣକ ଗ୍ରାମବାସୀ ଙ୍କୁ ଏହି ଘଟଣା ସମ୍ପର୍କ ରେ ଗ୍ରାମବାସୀ ଙ୍କୁ ଜଣାଇଲା ପରେ ଉକ୍ତ ଆମ୍ବ ଗଛ ମୂଳରେ ଖୋଲିବା କାର୍ଯ୍ୟ ଆରମ୍ବ କରାଯାଇଥିଲା I ମାଟି ଖୋଲିବା ପରେ ସତକୁ ସତ ମାଟିତଳୁ ଏକ ବାଡ଼ ଶିବଲିଙ୍ଗ ବାହାରିଥିଲା I ଅନ୍ୟପଟେ କାର୍ତିକ ମାସର ପ୍ରଥମ ସୋମବାର ଦିନ ଏଭଳି ମାଟିତଳୁ ଶିବଲିଙ୍ଗ ବାହାରିବା ପରେ ଏହି ଶିବ ଲିଙ୍ଗ ଦର୍ଶନ କରିବା ପାଇଁ ଘଟଣା ସ୍ଥଳକୁ ଶତାଧିକ ଭକ୍ତଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଛି I ଏମିତିକି ଏହି କିଙ୍ଗ ଦର୍ଶନ କରିବା ପାଇଁ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଙ୍କ ସହଁ ଲୋଇସିଂ ସରପଞ୍ଚ ସୁଦର୍ଶନ କହଁର ଓ ଅଂଚଳର ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ୍ୟ ପହଞ୍ଚି ଲିଙ୍ଗ ଦର୍ଶନ କରିଥିବା ଦେଖିବାକୁ ମିଳିଛିI ତେବେ ବୁଧବାର ମାଟି ତଳୁ ବାହାରି ଥିବା ଶିବ ଲିଙ୍ଗ କୁ ଅନୁଷ୍ଠାନିକ ଭାବରେ ହୋମଯଜ୍ଞ ପୂଜାର୍ଚ୍ଚନା କରି ପ୍ରତିଷ୍ଠା କରାଯାଇଥିବା ବେଳେ ପ୍ରତିଷ୍ଠା ସମୟରେ ଶତାଧିକ ଭକ୍ତ ଙ୍କ ସମାଗମ ଦେଖୁବାକୁ ମିକିଛି I ଏହି ଅବସରରେ ଫିରିଙ୍ଗିଆ ବିଡ଼ିଓ ଅନୁପ ଅଭିଶେକ ବେହେରା ଙ୍କ ସହ ଦୁଇ ପୂର୍ବତନ ବିଧାୟକ ଦୁଗୁନି କହଁର, ଦେବେନ୍ଦ୍ର କହଁର, ବିଜେଡି କନ୍ଧମାଳ ପର୍ଯ୍ୟବେକ୍ଷକ ବିଜୟ ନାଏକ ଙ୍କ ସହ ଅଂଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଶିବ ଲିଙ୍ଗ ଦର୍ଶନ କରିଥିଲେ l ଏହି ସ୍ଥାନରେ ବାବା ମହେଶ୍ୱର ଭାବରେ ଭଗବାନ ଶିବ ପୂଜା ପାଇବେ ବୋଲି ଗ୍ରାମବାସୀ ଙ୍କ ତରଫରୁ ସୂଚନା ଦିଆଯାଇଛି I ଅନ୍ୟପଟେ ଉକ୍ତ ଜାଗାରେ ଖୁବ ଶୀଘ୍ର ଏକ ଭବ୍ୟ ମନ୍ଦିର ନିର୍ମାଣ କରିବା ପାଇଁ ଚେଷ୍ଟା କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ବିଧାୟକ ଅଙ୍ଗଦ କହଁର I

ରିପୋର୍ଟ, ରମେଶ ଚନ୍ଦ୍ର ପ୍ରଧାନ, ଫୁଲବାଣୀ
ସମ୍ପାଦକ, ଅଶ୍ୱିନୀ କୁମାର ନନ୍ଦ

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
×

Powered by WhatsApp Chat

×