ସାଇକେଲ ରେ ସାରା ଭାରତ ଯାତ୍ରା କରୁଥିବା ରାମ ପ୍ରସାଦ ନସ୍କର ଙ୍କୁ ବୌଦ୍ଧରେ ସମ୍ବର୍ଦ୍ଧନା l
ବୌଦ୍ଧ(ସଚେତନ ନ୍ୟୁଜ)
ପଶ୍ଚିମବଙ୍ଗର ରମ ପ୍ରସାଦ ନସ୍କର୍ ପେସାରେ ଶିକ୍ଷକ ନିଶାରେ ସାଇକେଲ ଯାତ୍ରୀ l ସେ ଯାହା କହାନ୍ତି ୨୦୧୪ ମସିହାରୁ ପ୍ରତିବର୍ଷ ଗ୍ରୀଷ୍ମ ଛୁଟିରେ ପରିବେଶ ସଚେତନତା ଯାତ୍ରା ଆରମ୍ଭ କରି ଭାରତ, ବଙ୍ଗଳାଦେଶ ଓ ନେପାଳ ସାଇକେଲ ରେ ୨୫ ହଜାର କିଲୋମିଟର ରୁ ଅଧିକ ଯାତ୍ରା କରି ରେକଡ୍ କରିବା ପାଇଁ ଯାଉଛନ୍ତି l ସେ ଗତ ୨୨ ତାରିଖରୁ ଘରୁ ବାହାରି ଓଡ଼ିଶାର ସମସ୍ତ ଜିଲ୍ଲା ପରିଭ୍ରମଣ କରି ପୂରୀ ଜଗନ୍ନାଥ ଦର୍ଶନ କରି ଜୁନ୍ ୧୨ ତାରିଖରେ ଘରେ ପହଁଚିବା ସୂଚନା ଦେଇଛନ୍ତି l ଗତକାଲି ସନ୍ଧ୍ୟାରେ ତେଲିବନ୍ଧ ଠାରେ ପ୍ରଭାତ ଚନ୍ଦ୍ର ପ୍ରଧାନ ଙ୍କ ନେତୃତ୍ୱରେ ସମ୍ବର୍ଧନା ଦେଇଥିବାବେଳେ ଆଜି ବୌଦ୍ଧ ସହରରେ ପ୍ରବେଶ ପଥରେ ସାମାଜିକ କର୍ମୀ କୃତିବାସ ପଲିଆ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଓ ବୌଦ୍ଧ ଜିଲ୍ଲା ସଦର ମହକୁମାର ପ୍ରାଚୀନ ବୌଦ୍ଧ କୀର୍ତ୍ତି ଦର୍ଶନ କରି କନ୍ଧମାଳ ଜିଲ୍ଲା ଅଭିମୁଖେ ଯାତ୍ରା କରବାରେ ସହଯୋଗ କରିଥିଲେ l ଶ୍ରୀ ନସ୍କର ସାରାଜୀବନ ସାଇକେଲ ଯାତ୍ରlକରି ସ୍ୱଚ୍ଛ ପରିବେଶ, ପଲିଥିନ ମୁକ୍ତ, ଗଙ୍ଗା ବଞ୍ଚାଅ, ଓଡ଼ିଶାର ଗଙ୍ଗା ମହାନଦୀ ବଞ୍ଚାଅ ଅଭିଯାନ ଚାଲୁ ରଖିବାକୁ ମତ ଦେଇଥିଲେ l
ରିପୋର୍ଟ, ଉଗ୍ରସେନ କର୍ମୀ,ବୌଦ୍ଧ
ସଂପାଦକ,ଅଶ୍ୱିନୀ କୁମାର ନନ୍ଦ