ଯୁବକରାଜ୍ୟ

ଚର୍ଚ୍ଚିତ ଡାକ୍ତର ମନୋଜ ନାୟକ ଯେଉଁଠାକୁ ଗଲେ ବିବାଦ ପିଛା ଛାଡୁନି l

ସୁବର୍ଣ୍ଣପୁର(ସଚେତନ ନ୍ୟୁଜ)ଡାକ୍ତର ଙ୍କୁ ଦ୍ଵିତୀୟ ଭଗବାନ ର ଆଖ୍ୟା ଦିଆଯାଇଥିବା ବେଳେ ସୁବର୍ଣ୍ଣପୁର ରେ ଏହାର ବ୍ୟତିକ୍ରମ ଘଟିଛି l ଜଣେ ବିବାଦୀୟ ଡାକ୍ତର ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଡାକ୍ତରଖାନାରେ କାର୍ଯ୍ୟରତ ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡାକ୍ତର ମନୋଜ ନାୟକ । ଡା. ନାୟକ ଯେଉଁ ଡାକ୍ତରଖାନାକୁ ଯାଆନ୍ତି ସେଠାରେ ତାଙ୍କ ପଛରେ ବିବାଦ ଗୋଡାଇ ହୋଇ ରହିଥାଏ । କେତେବେଳେ ଚିକିତ୍ସା ଅବହେଳା ଅଭିଯୋଗ ଯୋଗୁଁ ହେଉ କିମ୍ବା କେତେ ବେଳେ ପ୍ରାଇଭେଟ ନର୍ସିଂ ହୋମ ପ୍ରୀତି ଯୋଗୁଁ ହେଉ ସେ ସର୍ବଦା ବିବାଦରେ ଛନ୍ଦି ହୁଅନ୍ତି । ଏବେ ଡାକ୍ତର ମନୋଜ ନାୟକଙ୍କ ଚକିତ୍ସା ଅବହେଳାରୁ ଜଣେ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୁରପୁର ଗାଁର ଗର୍ଭବତୀ ମହିଳା ରଞ୍ଜିତା ବାଘ(୨୨) ପ୍ରସବ ପାଇଁ ଗତ ୬ ତାରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲା ସଦର ମାତୃ ଓ ଶିଶୁ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସେଠାରେ କାର୍ଯ୍ୟରତ ସ୍ତ୍ରୀ ଓ ପସୂତି ବିଶେଷଜ୍ଞ ଡାକ୍ତର ମନୋଜ ନାୟକ ରଞ୍ଜିତାଙ୍କ ଚିକିତ୍ସା କରିଥିଲେ । ରାତିରେ ରଞ୍ଜିତାଙ୍କୁ ଏମ୍‌ସିଏଚ୍‌ରେ ରଖି ସକାଳୁ ରଞ୍ଜିତାଙ୍କ ପରିବାର ବର୍ଗ ଆଶା ନର୍ସିଂ ହୋମ୍‌କୁ ନେଇଥିଲେ । ସେଠାରେ ଡାକ୍ତର ନାୟକ ଅସ୍ତ୍ରୋପଚାର କରିଥିଲେ । ୭ ତାରିଖ ସକାଳେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ ରଞ୍ଜିତା । ତେବେ ରକ୍ତସ୍ରାବ ବନ୍ଦ ନହେବାରୁ ରଞ୍ଜିତାଙ୍କୁ ବୁର୍ଲା ସ୍ଥାନାନ୍ତର କରିଥିଲେ । ବୁର୍ଲା ଡାକ୍ତରଖାନାରେ ରଞ୍ଜିତାଙ୍କ ମୃତ୍ୟୁ ହୋଇ ଯାଇଥିଲା । ତେବେ ଏମ୍‌ସିଏଚ୍‌ରେ ଏତେ ସୁବିଧା ଉପଲବ୍ଧ ଥିଲେ ମଧ୍ୟ କାହିଁକି ଘରୋଇ ନର୍ସିଂ ହୋମକୁ ନେଇ ଅସ୍ତ୍ରୋପଚାର କଲେ ବୋଲି ଡା. ମନୋଜ ନାୟକଙ୍କୁ ପଚାରିବାରୁ ସେମାନେ ସ୍ୱଇଚ୍ଛାରେ ନେଇଥିଲେ ମୁଁ ପାଠାଇ ନାହିଁ କିମ୍ବା ମୁଁ ଜାଣି ନଥିଲି ବୋଲି କହିଛନ୍ତି । ଡାକ୍ତରଙ୍କ ବେପରୁଆ ମନୋଭାବ ଯୋଗୁଁ ଜଣେ ପ୍ରସୂତିଙ୍କ ଜୀବନ ଯାଇଥିବା ବେଳେ ଗରିବ ଜନସାଧାରଣଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ଲକ୍ଷ୍ୟରେ ରାଜ୍ୟରେ ଚାଲିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଅଯଥାରେ କିଛି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ବଦନାମ କରିବା ପାଇଁ ଚକ୍ରାନ୍ତ କରୁଥିବାରୁ ସାଧାରଣରେ ଏହାକୁ ନାପସନ୍ଦ କରାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ୱାରା ପ୍ରତ୍ୟହ ସୁବର୍ଣ୍ଣପୁର ଜିଲ୍ଲାର ଶତାଧିକ ହିତାଧିକାରୀ ବିନା ଅସୁବିଧାରେ ମାଗଣା ସ୍ୱାସ୍ଥ୍ୟ ସେବା ପାଇ ପାରୁଛନ୍ତି । ତେବେ ମାତ୍ର ମାସେ ପୂର୍ବରୁ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଚିକିତ୍ସାଳୟରୁ ବଦଳି ହୋଇ ସୁବର୍ଣ୍ଣପୁର ଜିଲ୍ଲା ଡାକ୍ତରଖାନାକୁ ଡା. ନାୟକ ଆସିଛନ୍ତି । ତେବେ ପୂର୍ବରୁ ମନମୁଣ୍ଡାରେ ମଧ୍ୟ ବହୁ ବିବାଦରେ ଡାକ୍ତର ନାୟକ ଛନ୍ଦି ହୋଇଥିବା ନେଇ ସ୍ଥାନୀୟ ଲୋକେ କହିଛନ୍ତି । ଜଣେ ମହିଳା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସହ ଅରୁଚି କଥାବାର୍ତ୍ତାର ଅଡିଓ ମଧ୍ୟ ଭାଇରାଲ ହୋଇଛି । ସେତେବେଳେ ମନମୁଣ୍ଡା ରେ ଏହି ଘଟଣା ବେଶ ଚର୍ଚ୍ଚିତ ହୋଇଥିଲା l ଏନେଇ ଡାକ୍ତର ନାୟକ କହିଛନ୍ତି କିଛି ଲୋକ ଈର୍ଷାରେ ପୁରୁଣା ଜିନିଷ ସବୁ ଏଡିଟ୍ କରି ଭାଇରାଲ କରୁଛନ୍ତି । ତେବେ ନିଆଁ ନଥାଇ କିଭଳି ଧୂଆଁ ବାହାରୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
ସଂପାଦକ,ଅଶ୍ୱିନୀ କୁମାର ନନ୍ଦ

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
×

Powered by WhatsApp Chat

×